ଓପିଏସସିରେ ସଫଳତା ପାଇଲେ ପ୍ରଦୀପ

ହାଟଡିହି, (ବିକାଶ ବିଶ୍ୱାଳ) :-ଗତ ଗୁରୁବାର ଦିନ ପ୍ରକାଶ ପାଇଛି ଓ.ପି.ଏସ.ସି ପରୀକ୍ଷାଫଳ । ଏଥିରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ନାରାୟଣ ନାୟକଙ୍କ ପୁଅ ପ୍ରଦୀପ ନାୟକ ଆସିଷ୍ଟାଣ୍ଡ ପ୍ରଫେସର ଭାବେ ସାରା ରାଜ୍ୟରେ ପଞ୍ଚମ ସ୍ଥାନ ହାସଲ କରି ସଫଳତାର ସହ ଉତ୍ତିର୍ଣ୍ଣ ହୋଇଛନ୍ତି । ସେ ଏହି ସଫଳତାର ଶ୍ରେୟ ନିଜର ବାପା, ମା ଭାଇ, ଗୁରୁଙ୍କୁ ଦେଇଛନ୍ତି । ପ୍ରଥମଥର ପାଇଁ ଇଞ୍ଚୋଳ ଗ୍ରାମରେ ଜଣେ ବିଦ୍ୟାର୍ଥୀ ଓ.ପି.ଏସ.ସି ପରୀକ୍ଷାରେ ସଫଳତା ପାଇଥିବାରୁ ସମଗ୍ର ଗ୍ରାମରେ ଖୁସିର ଲହରି ଖେଳି ଯାଇଛି । ଶ୍ରୀ ନାୟକ ରେଭେନସା ବିଶ୍ୱବିଦ୍ୟାଳୟରୁ ଭୁଗୋଳରେ ସ୍ନାତକ, ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଏମ.ଏ. ଏମ.ଫିଲ ପାସ କରିବାପରେ ସେ ଏବେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପିଏଚଡି ପାଇଁ ଗବେଷଣା ରତ ଅଛନ୍ତି । ସେ ନିଜେ ଗୋଟିଏ ମଧ୍ୟବିତ ପରିବାରରୁ ଆସିଥିବାରୁ ସମାଜରେ କିପରି ଅତି ତଳସ୍ତରର ଲୋକମାନେ ଶିକ୍ଷାରେ ସାମିଲ ହେବେ ସେ ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଏହାସହ ତାଙ୍କର ଏହି ସଫଳତା ପଛରେ ଇଞ୍ଚୋଳ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ଥିବାରୁ ସେ ସମସ୍ତ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ