ସୋସୋ ପଞ୍ଚାୟତ ଜିପିଏଲଏଫ ଗଠନରେ ଅନିୟମିତତା ଅଭିଯୋଗ: ବ୍ଲକ ଘେରିଲେ ଶତାଧିକ ମହିଳା

ହାଟଡିହି  (ଓ୍ବାଇଏନଏସ) ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ଜିପିଏଲଏଫ  ଗଠନରେ ଅନିୟମିତତା ଅଭିଯୋଗ କରି ଶତାଧିକ ମହିଳା ବ୍ଲକ ଘେରାଉ କରିବା ସହିତ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ  ଜିପିଏଲଏଫ  ଗଠନ ହୋଇଥିବା ବେଳେ ଅନେକ ଚଞ୍ଚକତା ହୋଇଥିବା ନେଇ ୨୦୨୨ ମସିହାରେ ଅଭିଯୋଗ ହେବା ପରେ ଉପଜିଲ୍ଲାପାଳଙ୍କ ଚିଠି ନମ୍ବର ୮୮୬୬ ତା ୩୦/୧୨/୨୦୨୨ ଓ  ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୯୪ ଅନୁଯାଇ ଗୋଟିଏ ପରେ ଗୋଟିଏ ତଦନ୍ତ କରାଯାଇ ଥିଲା। ପଞ୍ଚାୟତରେ ଥିବା ୧୧ଟି ମଞ୍ଚ ମଧ୍ୟରୁ ୬ଟି ମଞ୍ଚ ର ଇସି ମେମ୍ବର ଚୟନରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଥିଲା। ଏପରିକି ଏଥିରେ ଉପର ସାହି ମଞ୍ଚର ସଭାପତି ଶୁଭଲକ୍ଷ୍ମୀ ଧଳଙ୍କ ଚୟନରେ ଅନିୟମିତତା ହୋଇଥିବା ପ୍ରମାଣ ମିଳିଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲେଖ ହୋଇଛି । ଏପରିକି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରାଯିବା ପରେ ସମସ୍ତ ଇସି ମେମ୍ବର ମାନଙ୍କୁ ବସାଇ ସିଡିପିଓ, ତତ୍କାଳୀନ ବିଡ଼ିଓ ବୈଠକ କରିବା ପରେ ୯/୭/୨୦୨୪ ରେ ସୋସୋ  ଜିପିଏଲଏଫ ପୁନଃଗଠନ ପାଇଁ ନିଷ୍ପତି ହୋଇଥିଲା। ଯଦି କେହି ପୁରୁଣା ଇସି ମେମ୍ବରଙ୍କୁ ରଖିବାକୁ ଚାହୁଁଛନ୍ତି ସେହି ଏସଏସଜି ଗ୍ରୁପ ସେମାନଙ୍କ ରେଜୁଲେସନରେ ସେମାନଙ୍କ ନାମ ଉଲେଖ କରି ରେଜୁଲେସନ କପି ଦେବାକୁ ଗତ ଚଳିତ ସେପ୍ଟେମ୍ବର ମାସ ହୋଇଥିବା ବୈଠକରେ ନିଷ୍ପତି ହୋଇଥିଲା। କିନ୍ତୁ କିଛି ଇସି ମେମ୍ବର ମିଥ୍ୟା କଥା କହି ଏସ ଏସ ଜି ଗ୍ରୁପ ସଦସ୍ୟ ମାନଙ୍କ ଠାରୁ ଦସ୍ତଖତ ନେଇ ଆସି ଏବେ ନୂତନ ଜିପିଏଲଏଫ ଗଠନ ନ କରାଇ ଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଦୁଇ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ନୂତନ ଜିପିଏଲଏଫ ଗଠନ କରା ନଯାଇ ପୁରୁଣା ଇସି ମେମ୍ବରଙ୍କୁ ନେଇ ଜିପିଏଲଏଫ କାର୍ଯ୍ୟକ୍ଷମ କରାଇବାକୁ ହେଉଥିବା ଉଦ୍ୟମକୁ ମହିଳା ମାନେ ବିରୋଧ କରିବା ସହିତ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶୁଚିସ୍ମିତା ଜେନା, ରଶ୍ମିରେଖା ରାଉତ, ଭାର୍ଗବୀ ସିଂ, ହରପ୍ରିୟା ଭୁତିଆ ପ୍ରୀତିପଦ୍ମା ପୁହାଣ, ଛବିରାଣୀ ସେଠୀ, ସ୍ଵର୍ଣ୍ଣଲତା ଦୋରା, ଅଶାନ୍ତି ଦୋରା, ପୂଜାରାଣୀ ସେଠୀ, ତରୁଲତା ଦାଶ, ଲିଜା ଦୋରା, ପୂଜାରାଣୀ ସେଠୀ, ବାସନ୍ତୀ ବିଶ୍ୱାଳ, ପାର୍ବତୀ ରଣା, ବର୍ଷାରାଣୀ ସେଠୀ, ସୁକାନ୍ତି ବାରିକ, ମଞ୍ଜୁ ଦେହୁରୀ, ରେଣୁବାଳା ନାୟକ, ଲତାରାଣୀ ସିଂ, ଲାବଣ୍ୟ ନାୟକ, ସୁଷମା ସାହୁ, କାଜଲ ମୁଦୁଲି, ଉମାମଣି ସାହୁ, ଲକ୍ଷ୍ମୀ ପ୍ରିୟା ଦେହୁରୀ, ମନୀଷା ସାହୁ, ସଂଯୁକ୍ତା ମାଝୀଙ୍କ ସମେତ ଶତାଧିକ ମହିଳା ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ସୋସୋ ପଞ୍ଚାୟତର ନୂତନ ଜିପିଏଲଏଫ ଗଠନ କରାଯାଉ ବୋଲି ଦାବି ଜଣାଇଛନ୍ତି। ବିଡ଼ିଓ ରଞ୍ଜନ କୁମାର ପରିଡା, ଏବିଡ଼ିଓ ରଶ୍ମିରେଖା ନାଇକ ମହିଳା ମାନଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ବିବାଦର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ