ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର ଜୟନ୍ତୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ, ଦାର୍ଶନିକ ନୋବେଲ ପୁରସ୍କାର ବିଜେତା ଗୁରୁ ରବୀନ୍ଦ୍ର ନାଥ ଠାକୁର ଙ୍କ ଜୟନ୍ତୀ ସ୍ଥାନୀୟ ଚନ୍ଦ୍ରଶେଖର ପୁର ଠାରେ ଅନୁଷ୍ଠିତ ହୋଉ ଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ଡ଼ ଏସ୍ ସି ମୁଖାର୍ଜୀ, ସାଧାରଣ ସମ୍ପାଦକ ଟି. କେ ରାହା, ଉପଦେଷ୍ଟା ଡ଼ ଏସ ମଲା କର ଯୋଗ ଦେଇ ରବୀନ୍ଦ୍ର ନାଥ ଜଣେ ବହୁ ମୁଖି ପ୍ରତିଭା ର ଅଧିକାରୀ ବୋଲି ମତ ବ୍ୟକ୍ତ କରିବା ସହିତ ଆଜିର ଯୁବ ପିଢ଼ି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତ ବ୍ୟକ୍ତ କରି ଥିଲେ I କାର୍ଯ୍ୟକ୍ରମ କୁ ପରି ଚାଳନା କରି ଥିଲେ ସୁଜାତା ରାହା, ସୁପର୍ଣ୍ଣା ବାନାର୍ଜୀ, ଦୋଳନ ଚାଟାର୍ଜୀ ଓ ପି ମଲା କାର ।


