ୟୁୁରୋ ସ୍କୁଲରେ ହାପି ମଦସ୍ ଡେ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କ ମାନସିକ ଓ ଶାରିରୀକ ବିକାଶ କିପରି ବୃଦ୍ଧି ପାଇବ ସେଥି ନିମନ୍ତେ ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଶିକ୍ଷା ସହ ପିଲାମାନଙ୍କ ବିଭିନ୍ନ କ୍ଷେତ୍ରରେ କିପରି ଉନ୍ନତ ହୋଇପାରିବ ସେଥି ନିମନ୍ତେ ଉଚିତ୍ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ କରାଯାଉଛି । ଏହି ଅବସରରେ ଶନିବାର ଦିନ ସ୍କୁଲ ପରିସରରେ ହାପି ମଦସ୍ ଡେ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଆ ଯେମିତି ଏକ ବାସ୍ତବ କଳ୍ପନା ଏବଂ କରୁଣାର ସାଗର ତାଙ୍କ ପାଇଁ କୈାଣସି ଦିବସ କାଫି ନୁହେଁ । ସେମାନଙ୍କ ସ୍ଥାନ ବହୁତ୍ ଉପରେ , ଯାହାକୁ କାହା ସହ ତୁଳନା କରାଯାଇ ନପାରେ । ଯିଏ ଆମକୁ ଜନ୍ମ ଦେଇ ଏ ଧରାପୃଷ୍ଠ କୁ ଆଣିଛି ତାର ଋଣ କଣ ଏମିତି ସୁଝିହେବ । ସତରେ ମାଆ ହେଉଛି ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି ଯିଏ ଏସଂସାର ଚଲାଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।ମାଆ ହେଉଛି ତାର ପିଲା ପାଇଁ ଆଦ୍ୟଗୁରୁ । ମାଆ ହେଉଛି କଲ୍ୟାଣୀକାରି । ବର୍ଷ କୁ ୩୬୫ଦିନ ମାଆ ତାର ପିଲାର ସମସ୍ତ ପ୍ରକାର ଯତ୍ନ ନିଅନ୍ତି ବୋଲି ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଓ ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର କହିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଶକ୍ତି ଏଜ୍ୟୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ସୈାଦାମିନୀ ମହାପାତ୍ର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଆଜିର କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥିଲା । ପ୍ରତ୍ୟେକ ସପ୍ତାହର ପ୍ରତ୍ୟେକ ଶନିବାର ଦିନ ସ୍କୁଲ ପକ୍ଷରୁ ନୋ ବୁକ୍ ଡେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସପ୍ତାହର ୫ ଦିନ ଧରି ପିଲାଙ୍କ ପାଠପଢାକୁ ଅଧିକ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଶନିବାର ଦିନ ପିଲା ମାନେ କିପରି ମନୋରଞ୍ଜନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ନିଜକୁ ସାମିଲ କରି ସବୁ ସ୍ଥାନରେ କୃତିତ୍ୱ ହାସଲ କରିପାରିବେ ସେଥିନିମନ୍ତେ ଚିତ୍ରକଳା, ବକ୍ତୃତା, କଥିତ ଇଂରାଜୀ, ଖେଳକୁଦ, ନାଚଗୀତ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ