ତିନି ନମ୍ବର ୱାର୍ଡରେ ମିନି ପାର୍କ ନିର୍ମାଣ ପାଇଁ ଭୂମି ପୂଜା
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ସହରର ୩ ନଂ ୱାର୍ଡରେ ମିନି ପାର୍କ ନିର୍ମାଣ ପାଇଁ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରାଙ୍କ ଦ୍ବାରା ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ୩ ନଂ ୱାର୍ଡ କାଉନସିଲର ଙ୍କ ପ୍ରତିନିଧି ଲକ୍ଷ୍ମଣ ପରିଡା, ଏନଏସି ସିଓ ଅନିତା ସାହୁ, ଏନଏସି ଜେଇ ଚିତ୍ରସେନ ରେଡି, ସମାଜସେବୀ ଚନ୍ଦନ ପୋଲାଇ ପ୍ରମୁଖଙ୍କ ସମେତ ୱାର୍ଡର ଜନସାଧାରଣ ଉପସ୍ଥିତ ଥିଲେ । ଏଥିସହ ଉପନଗରପାଳ ସନ୍ତୋଷ କୁମାର ବେହେରା ଏନଏସିର ୫ ନଂ ୱାର୍ଡର ପାତିଗଡ଼ ରେ ନିର୍ମାଣଧୀନ ମିଶନ ଶକ୍ତି ଗୃହ କାର୍ଯ୍ୟର ଅଗ୍ରଗତି ବିଷୟ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ । ଅଧ୍ୟକ୍ଷା, ଉପାଧ୍ୟକ୍ଷ,ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝିଥିବା ଯୋଗୁଁ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।