ଦୁଇ ରାତିରେ 20 ରୁ ଉର୍ଦ୍ଧ୍ବ ସରକାରୀ ସୂଚନା ଫଳକ ଭାଙ୍ଗିଲେ ଦୁର୍ବୃତ୍ତ : ତଦନ୍ତ ଦାବି

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟର ସବିଶେଷ ବିବରଣୀ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟ ସ୍ଥଳରେ ତିଆରି ହୋଇଥାଏ ସୂଚନା ଫଳକ I ଏଥିରେ କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମୟ ଅବଧି, ସରକାରୀ ଅନୁଦାନ, ନିର୍ମାଣ ସାମଗ୍ରୀ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥାଏ I ଗତ 10 ତାରିଖ ରାତିରେ ଗୋବରା ଅଞ୍ଚଳରେ ଏହି ପ୍ରକାର ଚାରୋଟି ସୂଚନା ଫଳକକୁ କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତର ଗୋବରା ଏବଂ ବିଞ୍ଚଣା ମଧ୍ୟରେ ଚାଲିଥିବା ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟର ପୋଖରୀ ନିକଟରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇଟି ସୂଚନା ଫଳକ ଥିଲା I ଏହି ଦୁଇଟି ସୂଚନା ଫଳକକୁ ଦୁର୍ବୃତ୍ତ ମାନେ ଭାଙ୍ଗି ଦେବା ସହ ଗୋବରା ପୁଟବନ୍ଧ ନିକଟରେ ଥିବା ଏକ ସୂଚନା ଫଳକକୁ ମଧ୍ୟ ଭାଙ୍ଗି ଦେଇଛନ୍ତି I ସେହିପରି ନାଟଙ୍ଗା ପଂଚାୟତର ଗୋବରା ଏବଂ ଷଡଙ୍ଗୀପଲ୍ଲୀ ମଝିରେ ଥିବା ଶ୍ୟାମମଳିକ ପୋଖରୀ ନିକଟରେ ଥିବା ସୂଚନା ଫଳକକୁ ମଧ୍ୟ କୌଣସୀ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣା ପଡିଛି I ବର୍ତ୍ତମାନ ସୁଦ୍ଧା ଚାରୋଟି ସୂଚନା ଫଳକ ଭଙ୍ଗାଯାଇଥିବା ବେଳେ ତେର ତାରିଖ ରେ ଆଉ 15 ରୁ ଉର୍ଦ୍ଧ୍ବ ସୂଚନା ଫଳକ ଭାଙ୍ଗିଥିବାର ନଜରକୁ ଆସିଥିଲେ ମଧ୍ୟ ଏହାର ପରିମାଣ ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି I ସର୍ବାଧିକ ନାଟଙ୍ଗା ପଞ୍ଚାୟତରେ 10 ରୁ ଉର୍ଦ୍ଧ୍ବ ସୂଚନା ଫଳକ ଭଙ୍ଗା ଯାଇଥିବା ସୂଚନା ମିଳିଛି । ଘଟଣା ପଛରେ ଯିଏ ଥାଉ ନା କାହିଁକି ସୂଚନା ଫଳକକୁ କିଏ କାହିଁକି ଭାଙ୍ଗିଲା ସେନେଇ ବିଭିନ୍ନ ମହଲରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି I ତେଣୁ ବ୍ଳକ୍ ପ୍ରଶାସନ ତରଫରୁ ଘଟଣା ସମ୍ପର୍କରେ ଥାନାରେ ଏତାଲା ଦେଇ ଦୁର୍ବୃତ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ପାଇଁ ଗୋବରା ଅଞ୍ଚଳବାସୀ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ