ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ୧ନମ୍ବର ୱାର୍ଡରେ ପାରଳା ପୌର ପ୍ରଶାସନ ଟିମ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ ୧ନମ୍ବର ୱାର୍ଡର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପୌରପ୍ରଶାସନର ଟିମ୍ ଗସ୍ତ କରିଥିବାର ଜଣାପଡିଛି । ଆଜି ମଙ୍ଗଳବାର ମଧ୍ୟାହ୍ନ ସମୟରେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସମେତ ପୌରଉପାଧ୍ୟକ୍ଷ ଲେଙ୍କା ମଧୂ, ପୌରନିର୍ବାହୀ ଅଧିକାରୀ ଜ୍ଞାନରଂଜନ ମାଝୀ, ପୌରଯନ୍ତ୍ରୀ ସଞ୍ଜିବ ଚମ୍ପତି, କନିଷ୍ଠ ଯନ୍ତ୍ରୀ ଡି.ଯୁଧିଷ୍ଠିର, ପୌର ଓମିନ ବିରଞ୍ଚି ପ୍ରସାଦ ମିଶ୍ର ପ୍ରମୁଖ ୧ନମ୍ବର ୱାର୍ଡର ସୁବାଷ ନଗରର ବସ୍ତି ଅଞ୍ଚଳ ଓ ଓଁମଶାନ୍ତି କଲୋନୀର ୪ର୍ଥ ଲେନ୍ ପରିଦର୍ଶନ କରିଥିଲେ । ଏହି ଅଞ୍ଚଳରେ ଥିବା ଦିର୍ଘଦିନର ସମସ୍ୟାମାନ ଗୁଡିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଜବରଦଖଲକାରୀଙ୍କୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ସୁବାଷନଗରର ବସ୍ତି ଅଞ୍ଚଳରେ ହେବାକୁ ଥିବା କମ୍ୟୁନିଟି ହଲ ଜାଗା ବା ସମ୍ମୁଖ ଜାଗାକୁ କିଛି ଜବର ଦଖଲକାରୀଙ୍କ ଲାଗି ନିର୍ମାଣ ହୋଇପାରୁ ନଥିବାକୁ ନେଇ ଯାଣିବାକୁ ପାଇଥିଲେ । ଏହାକୁ ତୁରନ୍ତ ନିର୍ମାଣ କରିବା ସହ ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଯଥାଶିଘ୍ର ହଟିବା ପାଇଁ କୁହାଯାଇଥିଲା । ସେହିପରି ଉଲ୍ଲେଖିତ ବ ୱାର୍ଡର ଓଁମ ଶାନ୍ତି କଲୋନୀର ୪ର୍ଥ ଲେନ୍‌ବାସୀ ବିଭିନ୍ନ ସମସ୍ୟାକୁ ନେଇ କିଛି ଦିନ ପୂର୍ବେ ପୌରପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହି ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ଏହି ପୌରଟିମ୍ ପରିଦର୍ଶନ କରି ଓଁମ୍‌ଶାନ୍ତି କଲୋନୀ ୪ର୍ଥ ଲେନ୍‌ର ପଛ ପଟେ ଏକ ଡ୍ରେନ୍ ଓ ରାସ୍ତା ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ । ଏହା ସହ ୪ର୍ଥ ଲେନ୍‌ର ଉପର ଭାଗରେ ରାସ୍ତା ନଥିବାର ସମ୍ପର୍କେ ଅନୁଧ୍ୟାନ କରି ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଅଞ୍ଚଳବାସୀଙ୍କୁ ଜଣାଇଥିଲେ । ପୌର ଟିମ୍‌ର ଏହି ଗସ୍ତ ସମୟରେ ସ୍ଥାନୀୟ ୱାର୍ଡ କାଉନସିଲର ପି.ଆମ୍ମାଲୁଆମ୍ମା ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ