ବ୍ରହ୍ମେଶ୍ୱର ଦୋଳ ମେଳଣ ଉଦ୍ଯାପିତ : ଯୋଗଦେଲେ ମନ୍ତ୍ରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବ୍ରହ୍ମେଶ୍ୱର ପାଟଣା ଛକ ନିକଟ ମେଳଣ ପଡ଼ିଆରେ ୯୦ତମ ବ୍ରହ୍ମେଶ୍ୱର ଭାଗବତ ପଂଚୁଦୋଳ ମେଳଣ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନ ଦିବସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଡେପୁଟି ମେୟର ମଞ୍ଜୁଲତା କଁଅର, ପୂର୍ବତନ କର୍ପୋରେଟର ପୁଷ୍ପା ଦାସ ଯୋଗ ଦେଇ ଉତ୍ସାହିତ କରିଥିଲେ । ଏଥିରେ ବ୍ରହ୍ମେଶ୍ୱର ସମେତ ବଡ଼ଗଡ଼, ଲକ୍ଷ୍ମୀସାଗର, କେଶୁରା, ବାସୁଆଘାଇ ଓ ବାଙ୍କୁଆଳ ଗ୍ରାମର ଦୋଳ ଠାକୁର ସାମିଲ ହୋଇଥିଲେ । ତିନି ଦିନ ଧରି ଏହି ମେଳଣରେ ଯାତ୍ରା ମହାରଥି କଳିଙ୍ଗ ଗଣନାଟ୍ୟ ପକ୍ଷରୁ କଳାକାରମାନଙ୍କ ଦ୍ୱାରା ନାଟ୍ୟ ପଦର୍ଶନ ହୋଇଥିଲା । ଗ୍ରାମରେ ଠାକୁର ମେଳଣ ହୋଇ ଭୋଗ ଖାଇବା ପରେ ମେଳଣ ପଡ଼ିଆକୁ ଯାଇଥିଲେ । ଏହା ପରେ ଗଣନାଟ୍ୟ ଆରମ୍ଭ ହୋଇଥିଲା । ଏଥିରେ ମେଳଣ କମିଟିର ସଭାପତି ଗୋଳକ ଦାସ ବ୍ରଜାନନ୍ଦ ମିଶ୍ର, ଶିବକୃଷ୍ଣ ପଟ୍ଟନାୟକ, କାଂଚନ ବାରିକ୍, ପ୍ରମୋଦ ସେଠୀ, ବିକ୍ରମ ମହାନ୍ତି, ସୁରେନ୍ଦ୍ର ଭୋଇ, ସନ୍ତୋଷ ସାହୁ, ତପନ ସ୍ୱାଇଁ ଓ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।


