ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଏଗ୍ରିମେଣ୍ଟ କରି ଅର୍ଥ ଜମା କରିଥିଲେ ବି ମିଳୁନି ରୋଷେଇ ଦାୟିତ୍ୱ : ହାତସ ରେ ମହିଳା ମଣ୍ଡଳ

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ନିଦେଶକ୍ରମେ ମହିଳା ସଶକ୍ତି କରଣ ପାଇଁ ମହିଳା ଙ୍କୁ ପ୍ରତେକ କ୍ଷେତ୍ର ରେ ଆଗରେ ରଖା ଯାଉଛି ଏବଂ ବିଭିନ୍ନ ଯୋଜନା ଲୋକାର୍ପଣ କରିଛନ୍ତି I ରାଜ୍ୟ ସରକାର ହେଲେ ତାହାକୁ ଅଣଦେଖା କରୁଛନ୍ତି I ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୋହନା ବ୍ଲକ ର ଅଡ଼ବା ର ମହିଳା ମଣ୍ଡଳ ଗୃପ ଏଗ୍ରିମେଣ୍ଟ କରି  ଅର୍ଥ ଜମା କରିଥିଲେ ମଧ୍ୟ ମହିଳା ସଂଘକୁ ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ସ୍ୱୟଂ ସହାୟିକା ମହିଳା ସଂଘ ।  ଗଜପତି ଜିଲ୍ଲା ଅଡ଼ବା ସରକାରୀ ଉଚ୍ଚ  ବିଦ୍ୟାଳୟରେ ରୋଷେଇ କରିବା ପାଇଁ ସ୍ଥାନିୟ ସ୍ୱୟଂ ସହାୟିକା ମହିଳା ସଂଘ  ଗତ ୨୦୨୧, ଏପ୍ରିଲ ମାସରେ ଚୁକ୍ତି କରି ଅଗ୍ରୀମ ଆକାରରେ ବିଇଓଙ୍କ ଜରିଆରେ ୧ ଲକ୍ଷ ୩ ହହାର ଟଙ୍କା ବ୍ୟାଙ୍କରେ ଜମା କରିବା ପରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ବିଡ଼ିଓ ମହିଳା ସଂଘକୁ ନିର୍ଦେଶ ଦେଇଥିଲେ । ହେଲେ,  ନିର୍ଦ୍ଦେଶ ପତ୍ର ପାଇବା ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ପରେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେହେରା ମହିଳା ସଂଘକୁ ରୋଷେଇ ଦାୟିତ୍ୱ ନ ଦେଇ ନିଜେ ରୋଷେଇ ଦାୟିତ୍ୱ ବହନ କରୁଛନ୍ତି । ଏପରିକି ମହିଳା ସଂଘ ରୋଷେଇ କରିବାକୁ ଦାୟିତ୍ୱ ମାଗିଲି ପ୍ରଧାନ ଶିକ୍ଷକ ସେମାନଙ୍କୁ ଭୟବିତ କରାଇ କହୁଛନ୍ତି I ଗାଇଡ଼ ଲାଇନ ରେ ରହିଛି ରୋଷେଇ ଦାୟିତ୍ୱ ଯିଏ ନେବ ସିଏ ଚାଉଳ ପନିପରିବା କିଣିବା ସହ କାଗଜପତ୍ର ତଦାରଖ କରିବେ  ଯାହାକୁ ନେଇ ମହିଳା ସଂଘର ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଇଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ସମସ୍ୟର ସମାଧାନ କରି ମହିଳା ସଂଘକୁ ରୋଷେଇ ଦାୟିତ୍ୱ ଦିଆଯିବ ବୋଲି ବିଇଓ ପ୍ରତିଶ୍ରୁତି ଦେଇଛନ୍ତି । କବିତା  ଡାକୁଆ, ସଭାନେତ୍ରୀ, ମହିଳା ସଂଘ କହିଛନ୍ତି ବିଦ୍ୟାଳୟ ଖୁଲି ମଧ୍ୟାନ ଭୋଜନ ଆରମ୍ଭ ହୋଇ ଗୋଟିଏ ମାସ ବିତିଲାଣି ପ୍ରଧାନ ଶିକ୍ଷକ ନିଜେ ରୋଷେଇ ଦାୟିତ୍ୱ ନେଇଛନ୍ତି ଏବଂ ଆମେ ମାଗିଲେ କହୁଛନ୍ତି ଚାଉଳ ଆସିଲେ ରୋଷେଇ କରିବ ଜଦି ସରକାରୀ ଚାଉଳ ନାହିଁ କିପରି ପ୍ରଧାନ ଶିକ୍ଷକ ସରକାରୀ ଚାଉଳ ରୋଷେଇ କରି ଦେଉଛନ୍ତି I ମହିଳା ସଂଘ କୁ ହଇରାଣ କରିବାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ କିଛି କର୍ମଚାରୀ ଏଭଳି କରୁଛନ୍ତି ଅନ୍ୟପଟେ ଏହି ବିଷୟର ଲକ୍ଷ୍ନଣ ବେହେରା, ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଛନ୍ତି ଚାଉଳ ଅଛି ରୋଷେଇ ଚାଲିଛି ତାଙ୍କ ନାମ ରେ ଚାଉଳ ଆସିଲେ ଆମେ ବ୍ୟବହାର ଚାଉଳ ବଳକୀଥିଲେ ଆମେ ରଖିବୁ ପ୍ରଧାନ ଶିକ୍ଷକ ଙ୍କ ଏଭଳି ମହିଳା ସଂଘ କୁ ଅଣଦେଖା କରିବା ଓ ତାଙ୍କୁ ଦାୟିତ୍ୱ ନ ଦେବା ଘଟଣାକୁ ନିନ୍ଦା କରିଛି ଅଞ୍ଚଳ ର ମହିଳା ସଙ୍ଘ ଏବଂ ପ୍ରଧାନ ଶିକ୍ଷକ ଙ୍କ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ