ଆତ୍ମସୁରକ୍ଷା ତାଲିମି ଶିବିର
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ରାମନାରାୟଣ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ପରିସରରେ ୧୩୫ଜଣ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମି ଶିବିର ଅଧ୍ୟକ୍ଷ ଶ୍ରୀ ବଧୂଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଦକ୍ଷିଣ ଓଡିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରୀପାଠି ମୁଖ୍ୟ ଅତିଥୀଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରି ଛାତ୍ରୀମାନେ ଜୀବନର ବିଭିନ୍ନ ପରିସ୍ଥିତରେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ସେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ଆତ୍ମସୁରକ୍ଷା ତାଲିମି ଶିବିରର ସଂଯୋଜକ ଡଃ. ଅମୃତ କୁମାର ସେଠୀ , ଟ୍ରେନର ମମତା ବେହେରା , ରୋହିଣୀ ରାଣୀ ଖଣ୍ଡୱାଲ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତି ନୀଳା କୁମାର ନନ୍ଦ , ଶ୍ରୀ ପ୍ରଶାନ୍ତ ପାତ୍ର , ଶ୍ରୀ ଅମର ରଞ୍ଜନ ରଣା , ଡଃ. କବିନ୍ଦ୍ର ସେଠୀ , ଶ୍ରୀମତି ଶର୍ମିଳା ପଣ୍ଡା , ଶ୍ରୀମତି ରତ୍ନପ୍ରଭା ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।