ତପ୍ତପାଣି ଘାଟି ରେ ପୁଣି ଦୁର୍ଘଟଣା ଟ୍ରକ ଧକ୍କା ରେ ବାଇକ : ଚାଳକ ମୃତ, ଜଣେ ଗୁରୁତର
ମୋହନା, (ଅଂଶୁମାନ ପଣ୍ଡା) :-ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ୩୨୬ ନଂ ଜାତୀୟ ରାଜପଥ ସ୍ଥିତ ମୃଗ ବିହାର ନିକଟରେ ଗୁରୁବାର ଏକ ଦୁର୍ଘଟଣା ରେ ଜଣେ ବାଇକ ଚାଳକ ଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ମୃତକ ଜଣଙ୍କ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ହାଲାପୁଙ୍କା ଗ୍ରାମର ଦିବାକର ରଇତ (୨୨), ଗୁରୁତର ଜଣଙ୍କ ହେଲେ ପାଟପୁର ଥାନା କାଳୀବୋରେଇ ଗ୍ରାମର ସଞ୍ଜୀବ ଶବର(୨୩) l ସୂଚନା ଯୋଗ୍ୟ ଯେ ବ୍ରହ୍ମପୁର ରୁ ମୋହନା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ପାଟପୁର ଥାନା ତପ୍ତପାଣି ଘାଟି ମୃଗ ବିହାର ନିକଟରେ ଗାଡି ର ଡ୍ରାଇଭର ର ଅସାବଧାନତା ଯୋଗୁଁ ଗାଡି ଟି ପଛକୁ ଯାଇ ପଛରେ ଆସୁଥିବା ଗୋଟାଏ ମୋଟର ସାଇକେଲ କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ମୋଟର ସାଇକେଲ ଚାଳକ ର ମୃତ ହୋଇଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସ ,ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ l ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ, ମୋଟର ସାଇକେଲ ଜବତ କରିଥିବା ବେଳେ ମୃତ୍ ଦେହ ଜବତ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇଥିବା ବେଳେ ଟ୍ରକ ଡ୍ରାଇଭର ଓ ହେଲାପରେ ଙ୍କୁ ସ୍ତାନୀୟ ଲୋକେ ଅଟକ ଥିବା ଜଣାପଡିଛି l


