ସଭାଗୃହ କୁ ପଶିବାକୁ ବାରଣ କରି ହରଡଘଣା ରେ ପଡ଼ିଲେ ତିର୍ତ୍ତୋଲ ବିଡ଼ିଓ

ଜଗତସିଂହପୁର, (ଯୁଗାବ୍ଦ ନ୍ୟୁଜ) :-ତିର୍ତୋଲ ବ୍ଲକ ପିସି ଓ ଦୁର୍ନୀତି ରେ ବୁଡି ରହୁଥିବା ବେଳେ ବିଡ଼ିଓ ମହାଶୟ କିନ୍ତୁ ଭାରି ଚତୁର ଦୁର୍ନୀତି ର ଫର୍ଦ କିଭଳି ଭାବରେ ଲୋକ ଲୋଚନକୁ ନ ଆସିବ ଗଳା ବାଟ ବାବୁଙ୍କୁ ଭଲସେ ଜଣା ହେଲେ ସାମ୍ବାଦିକ ଙ୍କୁ ବିଡ଼ିଓ ଅଟଳବିହାରୀ ସ୍ୱାଇଁ ଙ୍କ ଏତେ ଡର କାହିଁକି ଯେକୌଣସି ଉନ୍ନୟନ କାର୍ଯ୍ୟକ୍ରମ ହେଉ କି ଦୁର୍ନୀତି ର ଅଜଣା କଥା ସବୁକଥା କୁ ସାମ୍ବାଦିକ ମାନଙ୍କ କାନକୁ କିପରିନଯିବ ଶ୍ରୀ ସ୍ୱାଇଁ ଖୁବ୍ ହୁସିଆର | ଗତ ବୁଧବାର ଦିନ ତିର୍ତ୍ତୋଲ ପଞ୍ଚାୟତ ସମିତି ବୈଠକ ନିମନ୍ତେ ସାମ୍ବାଦିକ ମାନଙ୍କୁ ବ୍ଲକ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା ସଭା କାର୍ଯ୍ୟ ଆରମ୍ଭ ରୁ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା | ମଞ୍ଚରେ ଅତିଥି ରୂପ ଜଗତସିଂହପୁର ଜିଲ୍ଲାର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ପଞ୍ଚାୟତ ସମିତି ଅଧକ୍ଷ ମନୋଜ ବେହେରା ଓ ବ୍ଲକ ର ଭାରପ୍ରାପ୍ତ ଅଧିକାରୀ ଅଟଳବିହାରୀ ବିହାରୀ ସ୍ୱାଇଁ ଉପସ୍ଥିତ ରହି ଥିଲେ କିନ୍ତୁ ହଠାତ ବିଡ଼ିଓ ମହାଶୟ ଛିଡା ହୋଇ ସାମ୍ବାଦିକ ମନେ ଟିକେ ସଭା ମଧ୍ୟରୁ ଯାଇ ବାହାରେ ଅପେକ୍ଷା କରିବା ପାଇଁ ଘୋଷଣା କରିଥିଲେ ଓ ଆମ ମାନଙ୍କର ବିଶେଷ ଆଲୋଚନା ହେବ ବୋଲି ସୂଚନା ଦେଇଥିଲେ ପରେ ସାମ୍ବାଦିକ ମନେ ବିଡ଼ିଓ ଙ୍କ କାର୍ଯ୍ୟଳୟ ସମୁଖରେ ଧାରଣା ରେ ବସିଥିଲେ | ଲୋକଙ୍କ ପାଇଁ ଗୋଟେ ବିଶ୍ରାମ ସ୍ଥଳୀ କିମ୍ୱା ସାମ୍ବାଦିକମାନଙ୍କ ପାଇଁ ପ୍ରତୀକ୍ଷା ଗୃହ ନ ଥିବା ଜାଣି କେଉଁ ଭଳି ସ୍ଥିତି ରେ ବାହାରେ ଅପେକ୍ଷା କରିବାକୁ ବିଡ଼ିଓ ମହାଶୟ କହିଲେ ତାହା ଚିନ୍ତା ଜନକ ବିଷୟ |ପରେ ସାମ୍ବାଦିକ ମାନଙ୍କ ପାଖକୁ ଆସି ବ୍ଲକ ଅଧକ୍ଷ ବୁଝା ସୁଝା କରିବା ସହ ବିଡ଼ିଓ ମହାଶୟ କ୍ଷମାପ୍ରାଥନା କରିବା ପରେ ଆନ୍ଦୋଳନ ଭାଙ୍ଗିଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ