ଉତ୍କଳ ସଂଗ୍ରାମୀ ସ୍ମୃତି କମିଟି ପକ୍ଷରୁ ୯୨ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ଓ ସ୍ମୃତି ସମାରୋହ ଦିବସ ପାଳନ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ପୁରୀ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଓ ଲବଣ ସତ୍ୟାଗ୍ରହ ସ୍ମୃତି କମିଟି ଆନୁକୂଲ୍ୟରେ ଅସ୍ତରଙ୍ଗ ସ୍ଥିତ କୁହୁଡି ଠାରେ ଆଜି ୯୨ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ-୨୦୨୨ ଓ ସ୍ମୃତି ଦିବସ ପାଳିତ ହୋଇଯାଇଛି | ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଳସମ୍ପଦ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ , ସମ୍ମାନିତ ଅତିଥିଭାବେ ଯୁବକ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା , ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ, ରବି ମଲ୍ଲିକ , ପ୍ରହଲ୍ଲାଦ ସିଂହ , ଦାଶ ବେହେନୁର, ଜଗସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ,ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ , ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧକ୍ଷା ଆରତୀ ନାୟକ, ପୂର୍ବତ୍ତନ ସମିତିସଭ୍ୟ ଦିବାକର ଛାଟୋଇ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ , ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି , କୃଷକ ସେଲ ଅଧକ୍ଷ ଅମୀୟ ପଟ୍ଟନାୟକ , ସଂସ୍କୃତ ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ ଓ ବହୁମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ଓଡିଶାର ବରଣ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭର୍ଚୁଆଲ ବାର୍ତ୍ତା ମାଧ୍ୟମରେ ଲବଣ ସତ୍ୟାଗ୍ରହ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ | କୁହୁଡିର ବୀରମାଟିରେ ୧୯୩୦ ମସିହାରେ ହୋଇଥିବା ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଓ ଏଥିରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ଥିବା ଭୂମିକା ଉପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ସେହିପରି ସମ୍ମାନିତ ଅତିଥିମାନେ ଲବଣ ସତ୍ୟାଗ୍ରହ, ତାର ଗୁଣଗାରିମା, କୁହୁଡି ବିରମାଟିର ବୀରତ୍ୱ ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ |