ଭାରତୀୟ ବାୟୁସେନାର ସେବାନିବୃତ୍ତ ଅଧିକାରୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପଦା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଭାରତୀୟ ବାୟୁସେନାର ସେବାନିବୃତ୍ତ ଅଧିକାରୀ ଇଂ. ଅରକ୍ଷିତ ପାତ୍ର ଙ୍କ ପରଲୋକ ରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ ପ୍ରକାଶ ପାଇଛି | ସ୍ୱର୍ଗତ ଅରକ୍ଷିତ ସଂପ୍ରତି ପାରଳାଖେମୁଣ୍ଡି ସହରର ଚୈତନଯ ନଗରରେ ସ୍ଥାୟୀ ଭାବେ ବସବାସ କରୁଥିଲେ | ସ୍ୱର୍ଗତ ପାତ୍ର ବାୟୁସେନାରେ ଦକ୍ଷ ଅଧିକାରୀ ଭାବେ କର୍ତ୍ତବ୍ୟନିଷ୍ଠାର ସହ ସମ୍ପାଦନ କରିଥିବା ବେଳେ କବିତାରେ ରୁଚି ରଖି କବିତା ସଂକଳନ କରିଥିଲେ ବୋଲି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମତବ୍ୟକ୍ତ କରିଛନ୍ତି | ସେ ‘ଅନୁଭୂତି’, ‘ସ୍ୱର ଏକ ସୈନିକର’ ଆଦି ସଂକଳ କରି ପ୍ରକାଶ ପାଇଥିଲା | କୃଷି, କୃଷକ, ଗ୍ରାମ୍ୟ ଚଳଣି ଓ ଦେଶଭକ୍ତିରେ ନିଷ୍ଠା ରଖିଥିବା ଏହି କବିଙ୍କ ସମସ୍ତ କବିତାରେ ତାଙ୍କ ଅନୁଫୂତିର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି | କବି ବହୁ ସାରସ୍ୱତ ଓ ସାମାଜିକ ଅନୁଷ୍ଠାନ ବିଶେଷ କରି ଉତ୍କଳସମ୍ମିଳନୀ, ଉତ୍କଳ ହିତୈଷିଣୀ ସମାଜ ଆଦି ସହ ଘନିଷ୍ଠ ଭାବେସଂପୃକ୍ତ ଥିଲେ |ପାରଳାଖେମୁଣ୍ଡିରେସରକାରୀ ଓ ଅନୁଷ୍ଠିତ ସମସ୍ତ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାରସ୍ୱତସମାବେଶରେ ଏହି ଦରଦି କବିଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା ଏବଂ ତାହା ଏବେ ଅପୁରଣୀୟ ହୋଇଯିବ ବୋଲି କୁହାଯାଇଛି | ଶ୍ରୀ ମହାପାତ୍ରଙ୍କ ସମେତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖଙ୍କ ସମେତ ଜିଲ୍ଲାର ଅବରର ପ୍ରାପ୍ତ ସେନା କର୍ମଚାରୀ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି |