ଅଦିନିଆ ବର୍ଷା : ଗଛପଡି ରାସ୍ତା ଅବରୋଧ : ବିଦ୍ୟୁତ ସେବା ବ୍ୟାହତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସହରାଞ୍ଚଳ ଓ ଆଖପାଖ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷା ପବନରେ ବହୁ ଗଛ ଓ ଗଛର ଡାଳ ଭାଙ୍ଗି ଯାଇଥିବାର ଜଣାପଡିଛି | ଆଜି ମଧ୍ୟାହ୍ନ ସମୟରେ ଘଟିଥିବା କାଳବୈଶାଖୀ ପ୍ରଭାବରେ ଏହି ବର୍ଷା ପବନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବାର ଦେଖିବାକୁ ମିଳିଛି | ଏହାସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି | ଏହି ବ୍ଲକର କେ.ସୀତାରୁ ଗ୍ରାମ ଓ ବିସିରିଙ୍ଗି ଗ୍ରାମ ଠାରେ ବିରାଟକାୟ ଗଛ ପଡିଥିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମର ପଡିଯାଇଥିବାର ଜଣାପଡିଛି | ଖବର ଲେଖାହେବା ସୁଦ୍ଧା ବିଦ୍ୟୁତ ସରାବହ ବନ୍ଦ ରହିଛି ଏବଂ ରାସ୍ତା ଅବରୋଧ ମଧ୍ୟ ହଟିନଥିବାର ଜଣାପଡିଛି |