ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆର ଏମ୍ ସି କଂଫେରେନ୍ସ ହଲ ଠାରେ ଏକ ଜରୁରୀ କାଳୀନ ବୈଠକ ସଂଘର ସ୍ଥାୟୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, ଶ୍ରମିକ ସମସ୍ୟା ସହିତ ଆଉଟ ସୋର୍ସ କର୍ମଚାରୀଙ୍କୁ ବିଦ୍ୟୁତ କ୍ଷେତ୍ରରେ ସ୍ଥାୟୀ ନିର୍ଯୁକ୍ତି ବାବଦରେ ଆଲୋଚନା କରିଥିଲେ । ଵିଶେଷ କରି ଦୀର୍ଘ 12 ବର୍ଷ ରୁ ଉର୍ଦ୍ଧ୍ବ ଦିନ ଧରି କାମ କରି ଆସୁଥିଲେ ମଧ୍ୟ ସେମାନଙ୍କର ଦରମା ଠିକଣା ଭାବରେ, ନିର୍ଦ୍ଧିଷ୍ଟ ତାରିଖରେ ପ୍ରଦାନ ନ କରିବା, E. P. F ଓ E.S.I ଦରମା ସ୍ଲିପ ଇତ୍ୟାଦି ପ୍ରଦାନ ନ କରିବା, ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି । ଆଗାମୀ ଦିନରେ ଆଉଟ ସୋର୍ସ କର୍ମଚାରୀଙ୍କୁ ଠିକଣା ମାର୍ଗ ନିର୍ଦ୍ଦେଶ ନ ଦେଲେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ସାରା ରାଜ୍ୟକୁ ଅନ୍ଧକାର କରିବା ପାଇଁ ଆଜିର ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା । ଠିକ ସେହି ପରି 1 .1. 2015 ରୁ ପଡି ରହିଥିବା ଆନୋମଲି ଓ ଜରୁରୀ ନିର୍ଦ୍ଧାରଣକୁ O.P.T.C.L ମ୍ୟାନେଜମେଣ୍ଟ ତରଫରୁ ସମାଧାନ କରାଯାଏ ତେବେ ଆସନ୍ତା 8 ତାରିଖରେ ବିନା ନୋଟିସରେ ଏନର୍ଜି ସେକ୍ରେଟାରୀଙ୍କ ଦ୍ୱାରସ୍ଥ ହେବେ ବୋଲି ଆଜିର ସଂଘର ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା । କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତି, ଉପ ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବିଶୋଇ , କୋଷାଧ୍ୟକ୍ଷ ସଞ୍ଜୀବ କୁମାର ବେହେରା, ସର୍କଲ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସଂଗଠନ ସମ୍ପାଦକ ବିଜୟ କୁମାର ପଣ୍ଡା, ଡ଼ିଭିଜନ ସମ୍ପାଦକ ଗୁଣୁପୁର ଅଜିତ କୁମାର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଗୁଣୁପୁର ମୁନା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଡିଭିଜନ ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା ସଭାକୁ ପରିଚାଳନା କରିଥିଲେ ।