ସିଡିପିଓ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ କାଉନସିଲର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଏନଏସି ଅନ୍ତର୍ଗତ 10ନଂ ୱାର୍ଡ ରେ ଅଙ୍ଗନବାଡି କେନ୍ଦ୍ର ଖୋଲିବା ସକାଶେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ ଗଣେଶ ବାବୁ ଓ ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡର କାଉନସିଲର ଦେବାଶିଷ ମିଶ୍ର (ବୁନୁ) l ଏହି ୱାର୍ଡ ରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ୱାର୍ଡ ର ୱାର୍ଡ ବାସି ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଯାହାଫଳରେୱାର୍ଡ ର ଶିଶୁ ଓ ମହିଳା ବିଭିନ୍ନ ସେବା ରୁ ବଂଜିତ ରହୁଛନ୍ତି l ଏଣୁ ଅଙ୍ଗନୱାର୍ଡି କେନ୍ଦ୍ର ସ୍ଥାୟୀ ଭାବେ ଖୋଲିବା ପର୍ଯ୍ୟନ୍ତ ଅତ୍ୟନ୍ତ ଉକ୍ତ ୱାର୍ଡ ରେ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ସେ ଦାବୀ କରିଛନ୍ତି l