ଆଦର୍ଶ ସ୍ମଶାନ ର ଭୂମିପୂଜନ ଓ ଭିତିପ୍ରସ୍ତର ସ୍ଥାପନ କଲେ ଅଧ୍ୟକ୍ଷା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-କରଞ୍ଜିଆ ଏନଏସି ପକ୍ଷରୁ ସ୍ଥାନୀୟ ଦେଓନଦୀ କୂଳରେ ୱାର୍ଡନ ୧୨ ର କରଞ୍ଜିଆ ପାଟଣା ରାସ୍ତା କଡ଼ ଦେଓ ନଦୀ କୂଳରେ ଏକ ଆଦର୍ଶ ସ୍ମଶାନ କରାଯିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇ ଅଛି । ଆଜି ଦିବା ୧୨ ଘଟିକା ସମୟରେ କରଞ୍ଜିଆ ଏନଏସି ଅଧ୍ୟ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହାର ଭୂମିପୂଜନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ବିଧିପୂର୍ବକ ପୂଜାଅର୍ଚନା ପରେ ଭୂମିପୂଜନ ଅନୁଷ୍ଠିତ ହୋଇଥିଲା ପୂଜାକାର୍ଯ୍ୟ ପଣ୍ଡିତ ସତ୍ୟବ୍ରତ ପଣ୍ଡା ତୁଲାଇ ଥିବା ବେଳେ ତାଙ୍କୁ ଗିରିଶ ଚନ୍ଦ୍ର ତ୍ରିପାଠୀ ଓ ଯତୀନ ମିଶ୍ର ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା,ୱାର୍ଡନ ୧୨ କାଉନସିଲର ମନ୍ଦାକିନୀ ପରିଡା, ବିଧାୟିକା ଙ୍କ ପ୍ରତିନିଧି ତଥା ବରିଷ୍ଠ ନେତା ଦିଲ୍ଲୀପ ସାହୁ, ବରିଷ୍ଠ ସମବାୟ ନେତା ଗିରିଧାରୀ ପୃଷ୍ଟି, ବିବେକାନନ୍ଦ ଦାସ, ବିଶ୍ୱଜିତ ଚୌଧୁରୀ, ନମିତା ଘାଣ୍ଟିଆଳି, ରଣଜିତ ଖାଟୁଆ ଙ୍କ ସହିତ ସମସ୍ତ କାଉନସିଲର ସହକାରୀ ଯନ୍ତ୍ରୀ ଅପୂର୍ବ ପାତ୍ର, କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ମହାନ୍ତ, ବିଦେଶୀ ରାଜ,ଏସ.କେ. ସୁଲେମାନ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ସ୍ମଶାନ ଟିରେ ସହର ର ସର୍ବାଧିକ ଶବ ସତ୍କାର କରଯାଇଥାଏ I କିନ୍ତୁ ଶବଦାହ କରିବାକୁ ଆସୁଥିବା ପରିଜନ ଙ୍କ ନିମନ୍ତେ ଏଠାରେ କୌଣସି ବିଶ୍ରାମଗାର ବା ବସିବା ସ୍ଥାନ ନଥିବା କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ସ୍ଥାନ ଟି କରଞ୍ଜିଆ ଚକ୍ରଧରପୁର ଶାସନ କମିଟି ନାମରେ ପଟ୍ଟା ଥିବାରୁ ଚକ୍ରଧରପୁର ଶାସନ କମିଟି ସ୍ୱଇଚ୍ଛା ରେ ଏହି ସ୍ଥାନ ରେ ଆଧୁନିକ ମଡେଲ ସ୍ମଶାନ ଗଢିବାକୁ ଏନଏସି କୁ କିଛି ସର୍ତ୍ତ ସହିତ ଲିଖିତ ଭାବେ ଅବଗତ କରାଇ ଥିଲେ । ନୂତନ କାଉନସିଲ ନିର୍ବାଚିତ ହୋଇ କାର୍ଯ୍ୟ ଭାର ଗ୍ରହଣ କରିବା ପରେ କରଞ୍ଜିଆ ଏନଏସି ଅଧ୍ୟ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା,ୱାର୍ଡନ ୧୨ କାଉନସିଲର ମନ୍ଦାକିନୀ ପରିଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଡ୍ରା ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ମହାନ୍ତ,ସହକାରୀ ଯନ୍ତ୍ରୀ ଅପୂର୍ବ ପାତ୍ର ଙ୍କ ସହିତ ସ୍ମଶାନ ପରିଦର୍ଶନ କରି ଏଠାରେ ଏକ ଆଦର୍ଶ ସ୍ମଶାନ କରିବାକୁ ନିଷ୍ପତି ନେଇଥିଲେ ଯାହାର ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ