ଜିଲ୍ଲା ସ୍ତରୀୟ ଟ୍ୟାକ୍ସ ଫୋର୍ସ କମିଟି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜିଲ୍ଲା ସ୍ତରୀୟ ଟ୍ୟାକ୍ସ ଫୋର୍ସ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରାଯିବା ସହ ସେଣ୍ଟରର ସମସ୍ତ ପଞ୍ଜିକରଣ ମାମଲା ଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ଥିଲା । ବୈଠକରେ ଡା. ନୃପେନ ଶତପଥୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ପି.ଓ. ସଂଯୁକ୍ତା ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ଜିଲ୍ଲା ଓକିଲ ସଂଘ ଉପ ସଭାପତି ହାଡିବନ୍ଧୁ ସିଂହ, କାଉନସିଲର ପିନାକୀ ଜେନା, ହିରଣ୍ୟ କୁମାର ପଣ୍ଡା, ସଖୀର ଜ୍ୟୋତିପ୍ରଭା ସାହୁ, ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।