ବିପୁଳ ଗଞ୍ଜେଇ ଜବତ ୧୦ କୋର୍ଟ ଚାଲାଣ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କଳାହାଣ୍ଡି ଜିଲ୍ଲା ଦେଇ ପ୍ରାୟ ସମୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଜୟପାଟଣା ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ମିଳିଥିବା ପ୍ରେସ ବିଜ୍ଞପ୍ତିର ଜଣାପଡିଛି ଯେ, ଗତ ୨୭/୫/୨୦୨୨ ଦିନ ବିଶ୍ବସ୍ତ ସୂତ୍ରରୁ ଗଞ୍ଜେଇ ଚୋରାଚାଲାଣ ଖବର ପାଇ ମହୁଲପାଟଣା ଘାଟିରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା । ଗଞ୍ଜେଇ ଆନ୍ଦ୍ରପ୍ରଦେଶର ବେଲାକାଟୁରୁ ମହୁଲପାଟଣା ଘାଟି ଦେଇ ପ୍ରତାପୁର ରୁ କୋକସରା ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ଯୋଜନା ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଜୟପାଟଣା ପୁଲିସ ଅତର୍କିତ ଭାବରେ ଚଢ଼ାଉ କରିଥିଲା । ଏହି ସମୟରେ ଏକ ମହିନ୍ଦ୍ରା ବୁଲେଲୋ ପିକ୍- ଅଫ୍ ଯାହାର ନମ୍ବର ODO8 L 6226 ଗାଡିରେ ୪୨୭ କିଲୋ ଗଞ୍ଜେଇ ବୋଝେଇ ହୋଇଥିଲା, ଏହାକୁ ସୁରକ୍ଷା ଦେବାନେଇ ଆସାମୀ ମାନେ ବୁଲେରୋ ପାଓ୍ବାର+(SEL) ଯାହାର ରେଜିଷ୍ଟ୍ରେସନ ନମ୍ବର OD33-AA 2227 ବ୍ୟବହାର କରିଥିଲେ । ଏହା ସହିତ ଏକ ଗ୍ଳୋମର ମଟରସାଇକେଲ ଯାହାର ନମ୍ବର OD08-G 4118 ମଧ୍ୟ ବ୍ୟବହାର କରାଯାଇଥିଲା । ଏହି ତିନିଗୋଟି ଗାଡି ସହିତ ନଗଦ 11560 ପାଞ୍ଚ ଗୋଟି ମୋବାଇ ଫୋନ ଜୟପାଟଣା ଅତିରିକ୍ତ ଦହସିଲ ଦାରଙ୍କ ଉପସ୍ଥିତିରେ ଜବତ କରିବା ସହିତ ଆସାମୀଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ଟିକେଧର ଗଇଁତା (୩୮) ଟେଣ୍ତାପାଲି, ସୋଭାମାଝୀ (୩୬) ଦାବ୍ରିଗୁଡା,ଦିବାକର ମାଝୀ (୪୦) ଟେଣ୍ତାପାଲି, କୃଷ୍ଣ ବିଷି (୫୦) ଟେଣ୍ତାପାଲି, ଶଙ୍କରଧଙ୍ଗଡା ମାଝୀ (୪୦) ଉଛଲା, ରାଜେନ୍ଦ୍ର ଦଣ୍ତସେନା (୩୫) ଜୁନାଗଡ, ସାଗର ପାଣିଗ୍ରାହୀ (୩୦) ବଡକୁଟ୍ରୃ, ପିଙ୍କୁ ରାଉତ (୩୦) ବିଜମରା, ଦୟାସାଗର ପୋଢ (୩୦) ମାଝୀ ଗୁଡା, ରୀପୁ ପଞ୍ଜି (୪୨) ମାଝୀ ଗୁଡା ବୋଲି ଜଣାପଡି ଛି। ଜୟପାଟଣା ପୁଲିସ ଏକ ଟିମ୍ ଗଠନ କରି ଏହି ଚଢ଼ାଉ କରିଥିଲା । ଏନେଇ ଜୟପାଟଣା ପୁଲିସ ଏକ ମାମଲା ଯାହାକି ୧୮୬ U/S-20(b) (ii)(c) NDPS ରୁଜ୍ଜୁ କରି ଆସାମୀ ମାନଙ୍କୁ କୋଟ ଚାଲାଣ କରିଥିବା ଜଣାପଡିଛି । ତେବେ ଦିନକୁ ଦିନ କଳାହାଣ୍ଡି ଜିଲ୍ଲା ରେ ଗଞ୍ଜେଇ ଚୋରାଚାଲାଣ କୁ ନେଇ ପୁଲିସ ପାଇଁ ଏକ ଚାଲେଞ୍ଜ ହୋଇଥିବା ବେଳେ ମୁଣ୍ତ ବଥାର କାରଣ ପାଲଟିଛି ।


