‘ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଆୟୋଜିତ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ସ୍ଥାନୀୟ ସ୍ୱାଗତ ଆଇଟିସି ସମ୍ମିଳନୀ କକ୍ଷରେ ‘ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଏବଂ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର୍ ଡ. ନୃପରାଜ ସାହୁ, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଭାଷାବିତ୍ ତଥା ସଂସ୍କୃତି ଗବେଷକ ପରମେଶ୍ୱର ମୁଣ୍ଡ ଓ ବିଶିଷ୍ଟ ବାଗ୍ମୀ ତଥା ଶିକ୍ଷାବିତ୍ ସତ୍ୟ ନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର୍ ପୀତାମ୍ବର ଭୋଇ, କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ବିଶିଷ୍ଟ କବି ଡ. ଭବାନୀଶଙ୍କର ନିଆଲ, ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ବନଛୋର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଶିଷ୍ଟ ଉଦ୍ୟୋଗୀ ସୁନୀଲ କୁମାର ଅଗ୍ରୱାଲଙ୍କୁ ଉଦ୍ୟୋଗ ସମ୍ମାନ, ବିଶିଷ୍ଟ ସମାଜସେବୀ ମନୋଜ ପଟ୍ଟନାୟକ, ସୁଚିତ୍ରା ଗୋପାଳ, କମଳା ପାତ୍ର, ଓମପ୍ରକାଶ ଛତ୍ରିଆଙ୍କୁ ସମାଜସେବା ସମ୍ମାନ, ଅଜିତ କୁମାର ପଧାନଙ୍କୁ ଶିକ୍ଷା ସମ୍ମାନ ଓ ଖଇରପଦରର ବିଶିଷ୍ଟ କାଷ୍ଠଶିଳ୍ପୀ ବନମାଳୀ ମହାରଣାଙ୍କୁ ଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଶିବ ନାରାୟଣ ଗୌଡ଼, ଲିଙ୍ଗରାଜ ମିଶ୍ର, ଆଲାରାମ ଭତ୍ରା, ରଜତ ବଂଶଲ, ସୁମିତ କୁମାର ଅଗ୍ରୱାଲ, ହିରଣ୍ୟ ବେହେରା ଓ ଦୁଃଖିଶ୍ୟାମ ନାଗଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ଚୟନ କରାଯାଇ ୨୦୨୨ ମସିହାର ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ୱାଗତ ଆଇଟିସିର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, କଳାହାଣ୍ଡି ଜୀବନବିନ୍ଦୁ ସଂଯୋଜକ ପ୍ରଦୀପ ଦାସଙ୍କ ସମେତ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଅଭିରାମ ନନ୍ଦ, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ ଓ ରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ, ମଧୁସୂଦନ ଠାକୁର, ଧନେଶ୍ଵର ପୁଞ୍ଜି, ନରୋତ୍ତମ ସେଲମା, ହେମନ୍ତ ସାହୁ, ଲବଣି ରାଉତ, ନବୀନ କିଶୋର ସାହୁ, ଓଡ଼ିଆ ବାର୍ତ୍ତାର ସଂପାଦନା ମଣ୍ଡଳୀର ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ, ଜଗଦୀଶ ଚନ୍ଦ୍ର ନାଏକ, ସନ୍ତୋଷ କୁମାର ବାଗ ଓ ସଲିଲ କୁମାର ଧଙ୍ଗଡ଼ାମାଝୀଙ୍କୁ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ରଜତ ବଂଶଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଂପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଆ ବାର୍ତ୍ତାର ଶାଖା ଯଦୁ ନ୍ୟୁଜ ନେସନର ପରିଚାଳନା ନିର୍ଦ୍ଦେଶକ ଡାକେଶ୍ୱର ଲହଜଲ, କୃତିବାସ ବେମାଲ, ଡିଲେଶ କୁମାର ନାଗ, ଲିଙ୍ଗରାଜ ବେହେରା, ତ୍ରିଲକ୍ଷ ନାଏକ, କାଶିନାଥ ଘି’, ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯୁଗେଶ୍ୱର ମାଝୀ, ପ୍ରତାପ ମାଝୀ, ପ୍ରସୂନ କୁମାର ଜାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ