ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପି ଏମ କେୟାର ଫର୍ ଚିଲ୍ଡରେନ୍ ଯୋଜନାର ହିତାଧକାରୀଙ୍କୁ ଭର୍ଚୁଆଲ ମୋଡରେ ସନ୍ଦେଶ ଓ ଏହାର ବୃତ୍ତିଅର୍ଥ ବିତରଣ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :- ଆଜି ସ୍ଥାନୀୟ ଏନ୍ ଆଇ ସି ଭିଡିଓ କନଫରେନ୍ସ ହଲ ରେ ସକାଳ ୧୦.୩୦ ମି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ସମବେଦନା ଜଣାଇବା ସହ ବୃତ୍ତି ଅର୍ଥ ରାଶି ହସ୍ତାନ୍ତର କରିଥିଲେ । ସୂଚନାଯୋଗ୍ୟ ଯେ ୩୧. ୩. ୨୦୨୦ ରୁ ୩୧.୧୨.୨୦୨୧ ମଧ୍ୟରେ କୋଭିଡ ମହାମାରୀ ୨୦୧୯ କାରଣରୁ ଯେଉଁ ପିଲାମାନେ ନିଜର ପିତା ମାତା କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ପିତା ମାତା କିମ୍ବା ଜୀବିତ ଅଭିଭାବକଙ୍କ ହରାଇ ଅନାଥ ହୋଇଥିବେ ସେହି ଅନାଥ ପିଲାମାନଙ୍କୁ ବିଶେଷ ସହାୟତା ଓ ସୁରକ୍ଷା ଯୋଗାଇଦେବା ପାଇଁ ମେ ୨୯ ,୨୦୨୧ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ପି ଏମ କେୟାରସ୍ ଫର୍ ଚିଲ୍ଡରେନ୍ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଆଜି ସ୍ଥାନୀୟ ଏନ୍ ଆଇ ସି ଭିଡିଓ କନଫରେନ୍ସ ହଲ ରେ ଅତିଥି ରୁପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଯୋଗ ଦେଇ ଚିହ୍ନଟ ୧୦ ଜଣ ହିତାଧିକାରୀ ଙ୍କୁ ବହୁତ ପରିଶ୍ରମ ପୂର୍ବକ ପାଠ ପଢି ଭବିଷ୍ୟତ ରେ ଜଣେ ଯୋଗ୍ୟ ମଣିଷ ହେବାକୁ ପରାମର୍ଶ ଦେବା ସହ ସ୍ନେହପତ୍ର, ପାସ ବୁକ୍, ସ୍ୱାସ୍ଥ୍ୟ କାର୍ଡ ଓ ସ୍କୁଲ ବ୍ୟାଗ୍ ପ୍ରଦାନ କରି ଥିଲେ । ଏହି ଯୋଜନା ର ଉଦ୍ଦେଶ୍ୟ ଅନାଥ ପିଲାମାନଙ୍କୁ ସମସ୍ତ ସହାୟତା, ଶିକ୍ଷା ଓ ବୃତ୍ତି ଅର୍ଥ ସାହାଯ୍ୟ ରେ ସଶକ୍ତ କରିବା, ସ୍ୱାସ୍ଥ୍ୟ ବୀମା ,୨୩ ବର୍ଷ ଉପନୀତ ହେବା ପରେ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ସର୍ବୋପରି ସେମାନଙ୍କ କଲ୍ୟାଣ କୁ ସୁନିଶ୍ଚିତ କରିବା।ଯୋଜନାର ସୁବିଧା ପାଇବା ପାଇଁ ପିଲାଙ୍କୁ pmcaresforchildren.in ରେ ପଞ୍ଜିକରଣ କରିବାକୁ ହେବା। ଜମା ହୋଇଥିବା ୧୦ ଲକ୍ଷ ଅର୍ଥ ରାଶି ର ସୁଧ ୧୮ ବର୍ଷ ବୟସ ରୁ ନିଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦରକାରୀ ଜିନିଷ ପାଇଁ ମାସିକ ଷ୍ଟାଇପେଣ୍ଟ ହିସାବରେ ମିଳିବ । କଳାହାଣ୍ଡି ଜିଲ୍ଲାର ମୋଟ୍ ୧୦ ଜଣ ଅନାଥ ପିଲାଙ୍କୁ ଏହି ଅର୍ଥ ସହାୟତା ପୋଷ୍ଟାଲ ପାସ ବୁକ୍ ମାଧ୍ୟମରେ ଯୋଗାଇ ଦିଆ ଯାଇଛି । ଏହି ଭର୍ଚୁଆଲ ସଭାରେ ସି ଡବ୍ଲୁ ସି ଅଧ୍ୟକ୍ଷ ଶ୍ରୀ ରାକେଶ କୁମାର ନାୟକ,ଡି ସି ପି ଓ ଶ୍ରୀ ଶୈଳନ୍ଦୁ ମହାପାତ୍ର , ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ସଭ୍ୟ ସି ଡ ବ୍ଲୁ ସି ଶ୍ରୀ ସତ୍ୟ ନାରାୟଣ ମହାପାତ୍ର, ପି ଓ ରାଜଲକ୍ଷ୍ମୀ ଦାସ, ପ୍ରଦୀପ୍ତ ତ୍ରିପାଠୀ, ରୁପେଶ କୁମାର ହୋତା ହିତାଧିକାରୀଙ୍କ ଅଭିଭାବକ ତଥା ଡି ସି ପି ଓ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ