ବିଦ୍ୟାଳୟର ପରିଚାଳନା କମିଟି ବୈଠକ
ବନ୍ତ ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ନୋଡାଲ ଉପ୍ରା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ପ୍ରଧାନ ଶିକ୍ଷକ କୁଳମଣି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଧନେଶ୍ୱର ଖଣ୍ଡାଇ, ସରପଞ୍ଚ ତିଳୋତ୍ତମା ବାରିକ, ବାଇଧର ଓଝା, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କମଳା ରାଓ, ସିଆରସିସି ରାଜେନ୍ଦ୍ର ବେହେରା ଯୋଗ ଦେଇ ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ପିଲା ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି ଅବସରରେ ପିଲା ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ବିନୋଦ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଉମାକାନ୍ତ ସାହୁ, ବାସୁଦେବ ସିଂ, ଗୌତମ ଦେହୁରୀ, ଶଶୀଭୂଷଣ ଖଣ୍ଡାଇ, ନମିତା ସେଠୀ, ରଞ୍ଜିତା ଜେନା, ଅନନ୍ତ ମାଝୀ, ସୁରେନ୍ଦ୍ର ପରିଡା, ବବିତା ନାୟକ, ମାଳତୀ ଧଳ, ନିରୁପମା ନାୟକ, ପ୍ରଦୀପ ଓଝା ପ୍ରମୁଖ ସହାୟତା କରିଥିଲେ ।


