୧୧ ଦଫା ଦାବି ନେଇ ମଜଦୁର ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ନିର୍ମାଣ ଶ୍ରମିକ ମାନଙ୍କ ପଞ୍ଜୀକରଣ ପାଇଁ ଅନଲାଇନ ସହିତ ମାନୁଆଲ କରାଯିବା, ପୂର୍ବରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ପଡି ରହିଥିବା ସମସ୍ତ ନୂତନ ପଞ୍ଜୀକରଣ ଆବେଦନପତ୍ର, ଶିକ୍ଷା ସହାୟତା, ବିବାହ ସହାୟତା, ମୃତ୍ୟୁକାଳୀନ, ପ୍ରସୂତୀକାଳୀନ ଅନ୍ୟାନ୍ୟ ସହାୟତା ରାଶି ଅବିଳମ୍ବେ ପ୍ରଦାନ କରାଯିବା, ସମସ୍ତ ବେସରକାରୀ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କର ଶିକ୍ଷା ସହାୟତା ରାଶିକୁ ପୁନର୍ବାର ପ୍ରଦାନ କରାଯିବା, ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରିବା ସହିତ ଜଣେ ଷ୍ଟୋର କିପ୍ପରଙ୍କୁ ନିଯୁକ୍ତି ଦିଆଯିବା, ଯେଉଁ ନିର୍ମାଣ ଶ୍ରମିକ ମାନଙ୍କର ବ୍ୟାକଲିଙ୍କ୍ ହୋଇପାରିନାହିଁ ସେଗୁଡିକୁ ତୁରନ୍ତ ସ୍ଥାୟୀ ସମାଧାନ କରାଯାଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ସମେତ ୧୧ ଦଫା ଦାବି ନେଇ ଗୁରୁବାର ଭାରତୀୟ ମଜଦୁର ସଂଘର ଅନୁବନ୍ଧିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ମହାସଂଘ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଶ୍ରମ ଆୟୁକ୍ତ ତଥା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଭାରତୀୟ ମଜଦୁର ସଂଘର ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପ୍ରଭାରୀ ଲିଙ୍ଗରାଜ ସାହୁ, ଚପଳା ନାୟକ, ମମିତା ସାହୁ, ଜଗନ୍ନାଥ ରାଉଳ, କାମନା ଗୌଡ, ରମେଶ ନାୟକ, ବୃନ୍ଦାବନ ବେହେରାଙ୍କ ସମେତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ