ମୃତକଙ୍କୁ ସହାୟତା ରାଶି ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୌରାଞ୍ଚଳ ୧୬ ନଂ ୱାର୍ଡ ଗାୟତ୍ରୀ ନଗର ବାସିନ୍ଦା ଜଗନ୍ନାଥ ପଟ୍ଟନାୟକ (୩୪)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ଜଣେ କ୍ଷୁଦ୍ର ବ୍ୟବସାୟୀ ଭାବେ ମୃତ ଜଗନ୍ନାଥ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ । ଶୁକ୍ରବାର ତହସିଲଦାର ପ୍ରଭାତ କୁମାର ପରିଡା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ ମୃତକଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥୀକ ସହାୟତା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ମଙ୍ଗଳବାର ଜଗନ୍ନାଥ ବ୍ରହ୍ମପୁରରୁ ଫେରି ସନ୍ଧ୍ୟାରେ ନିଜ ଦୋକାନରେ ବସିଥିବା ଥିବା ବେଳେ ହଠାତ ତଳେ ପଡି ଯାଇଥିଲେ । ନିକଟରେ ଥିବା ବ୍ୟବସାୟିକ ବନ୍ଧୁ ଓ ସମ୍ପର୍କୀୟ ମାନେ ତାଙ୍କୁ  ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ