ବାତ୍ୟାଆଶ୍ରୟ ସ୍ଥଳୀ ଓ ଆଦର୍ଶ ଗୁହାଳ ଦେଖିଲେ ୩୮ ଆଇ.ଏ.ଏସ ଅଧିକାରୀ
ଗଂଜାମ, (ବିନୋଦ ପଲାଇ) :-ଭାରତୀୟ ପ୍ରଶାସନିକ ସେବା ଓ ରୟାଲ ଭୁଟାନ ସିଭିଲ ସର୍ଭିସର ୩୮ ଜଣିଆ ଅଧିକାରୀ ବୁଧବାର ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମ ଗ୍ରସ୍ତରେ ଆସି ବାତ୍ୟାଆଶ୍ରୟ ସ୍ଥଳି ଓ ଆଦର୍ଶ ଗୁହାଳ ବୁଲି ଦେଖିଛନ୍ତି । ମୁସୁରିରେ ଥିବା ଲାଲବାହାଦୂର ଶାସ୍ତ୍ରୀ ନ୍ୟାସଲ ଏକାଡେମି ଅଫ ଆଡ଼ିମିନିଷ୍ଟେସନରୁ ଏହି ଅଧିକାରୀ ମାନେ ଯୁଗ୍ମ ନିର୍ଦ୍ଦେଶକା ରାଧିକା ରସ୍ତୋଗୀଙ୍କ ନେତୃତ୍ୱରେ ଏବଂ ଡିଆରଡିଏ-ଏପିଡି -(ପ୍ରଶାସନ) ଜ୍ୟୋତି ଶଙ୍କର ରାୟଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ବ୍ଲକର ଶତ୍ରୁସୋଲ ଗ୍ରାମକୁ ପରିଦର୍ଶନରେ ଆସିଥିଲେ । ସେଠାରେ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ, ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ ,ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଓ ଗ୍ରାମ୍ୟ କମିଟି ମହିଳା ସ୍ଵଂୟ ସହାୟକ ସଙ୍ଘ, ସ୍ୱାଗତ କରିଥିଲେ । ପ୍ରଥମେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାତ୍ୟାଆଶ୍ରୟ ସ୍ଥଳି ପରିଦର୍ଶନ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କିପରି କରାଯାଇଥାଏ ତାର କୌଶଳ ଡେମ୍ ବାତ୍ୟା ଆଶ୍ରୟ ସ୍ଥଳିର ଉଦ୍ଧାର ଓ ଅନୁସନ୍ଧାନ କମିଟି, ପ୍ରାଥମିକ ଚିକିତ୍ସା କମିଟି, ସ୍ୱୟଂସିଦ୍ଧ, ଓଡ୍ରାଫଦେଖାଇ ଥିଲେ । ରଣ ଓ କୌଶଳ ଦେଖି ଅଭିଭୂତ ହୋଇଯାଇଥିଲେ ଅଧିକାରୀ ମାନେ । ପରେ ଆଦର୍ଶ ଗୁହାଳ ବୁଲି ଦେଖିବା ଖୁସି ବ୍ୟକ୍ତ କରିଥିଲେ । ଏହି ଗ୍ରସ୍ତରେ ଓଡିଶା କ୍ୟାଡ଼ର ଥିବା ସୁନ୍ଦରଗଡ଼ ଡାକ୍ତର ରୀନା ପ୍ରଧାନ, ପୂର୍ବରୁ ନବରଙ୍ଗ ପୁର ମେଡିକାଲରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟରତ ଥିଲେ । କର୍ଣ୍ଣାଟକ କ୍ୟାଡ଼ର ଥିବା ଭୁବନେଶ୍ୱରର ଜୁବୁନୀ ମହାପାତ୍ର ପୂର୍ବରୁ ଆଇପିଏସ ଅଧିକାରୀ ଭାବେ ଦିଲ୍ଲୀରେ କାର୍ଯ୍ୟକରୁଥିଲେ । ଓ ତାମିଲନାଡୁର ଦିବ୍ୟଙ୍ଗ ଅଧିକାରୀ ଏସ.ଗୋକୁଳ ପ୍ରମୁଖ ଉପସ୍ଥିତ ଥିଲେ । ଅଧିକାରୀ ଙ୍କ ସହ ଆଲୋଚନା ସମୟରେ ଏହି ପରିଦର୍ଶନ ସମୟରେ ବହୁତ କିଛି ଶିଖିବାକୁ ପାଇଲେ। ଓଡ଼ିଶା କ୍ୟାଡର ପାଇଥିବାରୁ ଓଡ଼ିଶାର ବିକାଶ ଓ ଲୋକଙ୍କ ସମସ୍ୟା ପ୍ରାଥମିକତା ହେବ ବୋଲି ଡ଼ାକ୍ତର ରୀନା ପ୍ରଧାନ କହିଥିଲେ । ଏହି ଗ୍ରସ୍ତ ସମରେ ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ -ସଲୀଳା ପ୍ରଧାନ,ଓଡିଶା ଜୀବିକା ମିଶନର ଡିପିଏମ୍ – ନବୀନ ଚନ୍ଦ୍ର ସେନାପତି, ବିପିଏମ୍ -ଜଳନ୍ଧର ମହାରଣା, ଓରମାସର ଡେପୁଟି ସିଇଓ -ଡ଼. ଜ୍ୟୋତି ପ୍ରକାଶ, ବିପିସି ଚନ୍ଦନ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।


