ବିଶ୍ୱ ପରିବେଶ ଦିବସ ଅବସରରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ବିଜ୍ଞାପିତ ଅଞ୍ଚଳ ପରିଷଦ, ବେଲଗୁଣ୍ଠା ତରଫରୁ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ପରିଷଦର ଉପାଧ୍ୟକ୍ଷା ଟି ବବିତା କୁମାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଏସ୍ ରାକେଶ ପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ପାଲକ୍,ସିଇଓ ଅଞ୍ଜଳି କୁମାରୀ ପଣ୍ଡା, କୋର୍ଡିନେଟର୍ ସରୋଜ କୁମାର ପଣ୍ଡା, ମହେନ୍ଦ୍ର ଦାସ,ବରିଷ୍ଠ ବିଜେଡ଼ି ନେତା ରାଜା ପାତ୍ର, କାଉନସିଲର୍ ପ୍ରତିନିଧି ଟିକି ସୁବୁଦ୍ଧି, କାଉନସିଲର୍ ପ୍ରତିନିଧି ଚିଦାନନ୍ଦ ପାତ୍ର, ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରୀ ,କାଉନସିଲର୍ ପ୍ରଗତି ପାତ୍ର, ସିଟି ମିଶନ୍ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ, ଏମ୍ପ୍ଲୟମେଣ୍ଟ ଏକ୍ସପର୍ଟ ମଙ୍ଗୁଳୁ ମୁନି ଓ ମୁକ୍ତା ଆକାଉଣ୍ଟାଣ୍ଟ କ୍ଷୀରୋଦ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜି ଟି ହାଇସ୍କୁଲ ଠାରେ ବୃକ୍ଷ ରୋପଣ କରିଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଏନସିସି କ୍ୟାଡେଟ୍ ଏବଂ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ ର ସୋମନାଥପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାଟିଏକୁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ , ବଡ଼ପଡ଼ା ସିଆରସିସି ନୀଳକଣ୍ଠ ନନ୍ଦ, ନେଟେଙ୍ଗା ରାଜସ୍ଵ ନୀରିକ୍ଷକ କାହ୍ନୁ ସାହୁ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ଶାନ୍ତିଲତା ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରବୀନ୍ଦ୍ର ମଳିକ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ I


