ବହୁଦିନ ବ୍ୟବଧାନ ପରେ ଚିତ୍ରକୋଣ୍ଡା ଅଂଚଳରେ ଲାଗିଲା ମାଓ ପୋଷ୍ଟର
ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳର ଟନେଲକ୍ୟାମ୍ପ ରୁ 1 ର ମୁଖ୍ୟ ରାସ୍ତା ରେ ବହୁଦିନ ପରେ ଲାଗିଲା ଲାଲ ବାହିନୀ ର ଧମକପୂର୍ଣ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଲେଖାଯାଇଥିବା ବେଳେ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମ କୁ ମଧ୍ୟ ବିରୋଧ କରାଯାଇଛି । ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋର ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି ପୋଲିସ ଓ ମିଥ୍ୟା ନକ୍ସଲ ଆଖ୍ୟା ଦେଇ ନିରୀହ ଆଦିବାସୀ ଙ୍କୁ ଦଣ୍ଡିତ କରିବା ଏବଂ ଏହାକୁ ବନ୍ଦ ନ କରାଗଲେ ପ୍ରଜା କୋର୍ଟ ରେ ଦଣ୍ଡିତ କରି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ରେ ଉଲ୍ଲେଖ କରିଛି ଲାଲ ବାହିନୀ । ସୂଚନା ଥାଉ କି ଗତ କିଛି ଦିନ ପୂର୍ବରୁ ପୋଲିସ ଡିଜି ସୁନୀଲ କୁମାର ବଂସଲ ମାଲକାନଗିରି ଜିଲ୍ଲା ଗସ୍ତ ରେ ଆସି ମାଓ ମୁକାବିଲା ର ସ୍ଥିତି ପରୀକ୍ଷା କରିଥିଲେ ଏବଂ ଡିଜି ଗସ୍ତ ଅଳ୍ପ କିଛି ଦିନ ପରେ ମାଓ ପୋଷ୍ଟର ଲାଗିବା ଏବେ ଜିଲ୍ଲା ପୋଲିସ ପାଇଁ ଚିନ୍ତା ର ବିଷୟ ପାଲଟିବ ।


