ଅସହାୟ ପ୍ରଶାନ୍ତ ପରିବାର କୁ ସହାୟତା ର ହାତ ବଢାଇଲା ବ୍ୟାସ ଫାଉଣ୍ଡେସନ
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ ) :-ତିର୍ତ୍ତୋଲ ଥାନା ଅଧୀନ ପଣ୍ଡୁଆ ପଞ୍ଚାୟତ ରେ ଦେକରୀ ଗ୍ରାମ ର ପ୍ରଶାନ୍ତ କୁମାର ସାହୁ ବୟସ (୪୭)ପତ୍ନୀ ପୂଜା ରାଣୀ ସାହୁ ବୟସ ୩୮ ପ୍ରଶାନ୍ତ ବୃତ୍ତି ରେ ଜଣେ ଟ୍ରକ ଡ୍ରାଇଭର । ଅଭାବ ଅନଟନ ମଧ୍ୟ ରେ ଦୁଃଖ ସୁଖ ରେ ଚଳି ଆସୁଥିଲା ପ୍ରଶାନ୍ତ ଙ୍କ ପରିବାର । ଆଜି କୁ ୭ ବର୍ଷ ହେବ ପ୍ରଶାନ୍ତ ମୁଖ ଗହ୍ଵର ରୋଗ ରେ ପୀଡ଼ିତ । ପ୍ରଶାନ୍ତ ଙ୍କ ଦୁଃଖ ଏତିକି ରେ ସରିନି । ସ୍ତ୍ରୀ ପୂଜା ଙ୍କ ର ଦୁଇ ଚକ୍ଷୁ ର ଟ୍ୟୁବ୍ ନଷ୍ଟ ହେବା ଫଳ ରେ ତାଙ୍କୁ ମଧ୍ୟ ସଂପୂର୍ଣ୍ଣ ଦେଖା ଯାଉନାହିଁ । ପରିବାର ରୋଜଗାର କହିଲେ କିଛି ନାହିଁ , କେବଳ ଘର ଢିଅ ଖଣ୍ଡକ । ଚାଷ ଜମି ମଧ୍ୟ ନାହିଁ । ଗାଈ ବଳଦ ବିକ୍ରି କରି ଚିକିତ୍ସା ହୋଇ ଆସୁଛନ୍ତି । ଏବେ ସାହା କେବଳ ବିଜୁ ସ୍ବାସ୍ଥ୍ୟ କାର୍ଡ, ତା ଉପରେ ନିର୍ଭର କରି ପ୍ରଶାନ୍ତ ଙ୍କ ଚିକିତ୍ସା ହେବା ଏକ ପରି ନିଶ୍ଚିତ ହୋଇଛି । ମାତ୍ର ପ୍ରଶାନ୍ତ ବେରୋଜଗାର ହେବା ପରେ ପରିବାର ଚଳାଇବା ଯେ କେତେ କଷ୍ଟ ତାହା ସେମାନେ ଅନୁଭବ କରୁଛନ୍ତି । ଭଗବାନ୍ ପ୍ରଶାନ୍ତ ଙ୍କୁ ଦୁଇଟି ପୁଅ ଦେଇଛନ୍ତି । ମାତ୍ର ନିଜର ଅସମର୍ଥତା କାରଣ ରୁ ବଡ ପୁଅ କୁ ମାଉସୀ ଘରେ ଛାଡିଛନ୍ତି, ସାନ ପୁଅ ଏବେ ଦଶମ ପରୀକ୍ଷା ଦେଇଛି । କରୋନା ସମୟ ରେ ୧୪ ବର୍ଷ ର ପୁଅ ତୀର୍ଥସାରଥୀ(ଚିକୁନା) ମୂଲ ମଜୁରୀ ଲାଗିବା ଏବଂ ପରିବା ବିକ୍ରି କରି ପରିବାର କୁ ଚଳେଇବାକୁ ପ୍ରୟାସ ନେଇଥିଲେ ମଧ୍ୟ ସଫଳ ହୋଇପାରିନି । ଅନେକ ନିବେଦନ ସତ୍ତ୍ୱେ ପ୍ରଶାନ୍ତ ଙ୍କୁ କୌଣସି ସ୍ତର ରୁ କିଛି ସହାୟତା ମିଳିନି । ଏ ପରିବାର ସମ୍ପର୍କ ରେ ଗଣମାଧ୍ୟମ ରୁ ଖବର ପାଇବା ପରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଆସୁଥିବା ବ୍ୟାସ ଫାଉଣ୍ଡେସନ ର ଅଧକ୍ଷ୍ୟା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ସଭାପତି ଶ୍ରୀଯୁକ୍ତ ସିଦ୍ଧେଶ୍ୱର ପଣ୍ଡା, ଉପ ସଭାପତି ଶ୍ରୀମତୀ ରଶ୍ମିତା ନାୟକ, ସଭ୍ୟ ସଂଗ୍ରାମ ନାୟକ, କୋଷାଧ୍ୟକ୍ଷ ବିପିନ କୁମାର ମାଝୀ ଦେକରୀ ଗ୍ରାମରେ ପ୍ରଶାନ୍ତ ଙ୍କ ନିକଟ ରେ ଉପସ୍ଥିତ ହୋଇ କିଛି ଆର୍ଥିକ ସହାୟତା ଓ ରାସନ ପ୍ରଦାନ କରିଥିଲେ । ଚିକିତ୍ସା ପରେ ପ୍ରଶାନ୍ତ ହୁଏତ ସୁସ୍ଥ ହେଇଯାଇପାରନ୍ତି, ମାତ୍ର ୧୪ବର୍ଷ ର ତୀର୍ଥ ସାରଥୀ ର ଭାଗ୍ୟ ବଦଳିବ କିପରି । ଏଥିପାଇଁ ତୀର୍ଥ ର ପାଠ ପଢା କିପରି ଆଗେଇ ଚାଲିବ ଏ ସଂପର୍କ ରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟ ବୁଦ୍ଧିଜୀବୀ ସାମାଜିକ ସଙ୍ଗଠନ ତଥା ସହୃଦୟ ବ୍ୟକ୍ତି ବିଶେଷଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ବ୍ୟାସ ଫାଉଣ୍ଡେସନର ଏପରି କାର୍ଯ୍ୟ ନିମନ୍ତେ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଛି I


