ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୬.୩୦ମିନିଟ ସମୟରେ ସର୍ଟ ସର୍କିଟିଂ ଯୋଗୁ ଗ୍ରାମର ବିଜୟ ନାୟକଙ୍କ ଘରେ ନିଆଁ ଲାଗିଥିଲା। ନିକଟରେ ଇଲେକ୍ଟ୍ରି ଟ୍ରାନ୍ସଫର୍ମର ଥିଲେ ସୁଦ୍ଧା ଏବି ସୁଇଜ ନଥିବାରୁ କେହି ଲାଇନ କାଟି ପାରିନଥିଲେ। ଫଳରେ ଭୟଭୀତ ହୋଇ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରି ପାରିନଥିଲେ। ଅଗ୍ନିକାଣ୍ଡ ସମୟରେ ଘରେ ଥିବା ଏକ ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଅତି ଭୟଙ୍କର ହୋଇଥିଲା । ପଡୋଶୀ ଘର ମଧ୍ୟ ଅଗ୍ନିକାଣ୍ଡ ଦ୍ୱାରା ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଗାଁ ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଯୋଗୁ ଗୃହସ୍ଥଙ୍କର ଧାନ, ଚାଉଳ, ଲୁଗାପଟା ଓ ସୁନାରୁପା ସହିତ ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଏଥିରେ ୬ବଖରା କଚ୍ଚା ଘର ନଷ୍ଟ ହୋଇଥିବା ବେଳେ ରାତି ହୋଇଥିବା କାରଣରୁ କ୍ଷୟକ୍ଷତିର ସଠିକ ଆକଳନ ହୋଇ ପାରିନାହିଁ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ