ଫୋନ୍ରେ ଫଟୋ ଏଡିଟ୍ କରନ୍ତି ସ୍ୱରାଜ
ପ୍ରାୟ ସମୟ ଅଭିନେତା ସ୍ୱରାଜ ଫୋନରେ ସମୟ ବିତାଇବାର ଦେଖାଯାଏ । ଶୁଟିଂ ସେଟ୍ରେ ଯେତେବେଳେ ବି ଟିକେ ସମୟ ପାଆନ୍ତି ଫୋନ୍ ଧରି ବସିପଡନ୍ତି । ତେବେ ଏତେ ସମୟ ଧରି ସ୍ୱରାଜ କାହାସହ କଥା ହୁଅନ୍ତି? ଫୋନ୍ରେ କଥା ହୁଅନ୍ତି ନା ଅନ୍ୟ କିଛି କାମ କରନ୍ତି ବୋଲି ପଚାରିବାରୁ ସ୍ୱରାଜ କହିଥିଲେ ଯେ, ସେ ପ୍ରାୟ ସମୟ ଫୋନ୍ରେ ଫଟୋ ଏଡିଟ୍ କରନ୍ତି । ତାଙ୍କୁ ଏଡିଟିଂ ପସନ୍ଦ । ସେ ନିଜ ଫଟୋ ସହ ବିଭିନ୍ନ ହିରୋଇନ୍ଙ୍କ ଫଟୋ ମଧ୍ୟ ଏଡିଟ୍ କରନ୍ତି । ସେ ଏକ ଶୋ’ରେ ଏହି କଥା କହିଥିଲେ । ସ୍ୱରାଜ ଅଭିନେତ୍ରୀ ଭୂମିକାଙ୍କର ମଧ୍ୟ କିଛି ଫଟୋ ଏଡିଟ୍ କରି ଦେଇଛନ୍ତି । ଏହି ଏଡିଟ୍ ଫଟୋ ସବୁ ଭୂମିକା ଫେସବୁକ୍ରେ ମଧ୍ୟ ଶେଆର କରିଛନ୍ତି । ଏଥିସହ ସ୍ୱରାଜ ବିଭିନ୍ନ ଫିଲ୍ମର ପୋଷ୍ଟର ମଧ୍ୟ ଫୋନ୍ରେ ହିଁ ଏଡିଟ୍ କରିଦିଅନ୍ତି । ଚଳିତ ବର୍ଷ ରିଲିଜ୍ ହୋଇଥିବା ଫିଲ୍ମ “ତୁ ମୋ ଲଭ୍ ଷ୍ଟୋରୀ-୨’ର ପୋଷ୍ଟରକୁ ସ୍ୱରାଜ ତାଙ୍କ ଫୋନ୍ରେ ଏଡିଟ୍ କରି ଦେଇଥିଲେ ।


