ମଲାଇକାଙ୍କ ଅଟୋ ଯାତ୍ରା
ବଲିଉଡ୍ ଫିଟ୍ନେସ୍ କୁଇନ୍ ମଲାଇକା ଆରୋରା ଏବେ ଲକଜରିୟସ କାର୍ ଛାଡି ଅଟୋରେ ଯାତ୍ରା କରିଛନ୍ତି । ନିଜର ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କ ଅଟୋ ରାଇଡ୍ ଏବେ ଆସିଛି ଚର୍ଚ୍ଚାକୁ । ସେ ନିଜ ମା’ଙ୍କ ସହ ଅଟୋରେ ଯାଉଥିବାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହ୍ୱାଇଟ୍ କଷ୍ଟ୍ୟୁମ ସହ ହ୍ୟାଟ ପିନ୍ଧିଥିବା ମଲାଇକା ଅଟୋରେ ଯାତ୍ରା କରିବା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅବଶ୍ୟ ଅଧିକାଂଶ ସମୟରେ ତାଙ୍କର ବୋଲ୍ଡ ଫଟୋଶୁଟ୍କୁ ନେଇ ମଧ୍ୟ ସେ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ରିଲେସନଶିପକୁ ନେଇ ଚର୍ଚ୍ଚାରେ ରହୁଥିବା ମଲାଇକା ପୁଣି ଥରେ ଆଟ୍ରାକଶନର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅବଶ୍ୟ ଅର୍ଜୁନ କପୁରଙ୍କ ସହ ତାଙ୍କର ରିଲେସନଶିକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ସମସ୍ତେ ଜାଣନ୍ତି । ଏମାନଙ୍କୁ ଅନେକ ଥର ସ୍ପଟ ମଧ୍ୟ କରାଯାଇଛି । ହେଲେ ଏମାନେ କେବେ ବିବାହ କରୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ ।


