କରଞ୍ଜିଆ ଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଙ୍କ ଦ୍ୱାରା ଏକଲ ଅଭିଯାନ ଉଦ୍ଘାଟନ 

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ସର୍ବଭାରତୀୟ ବନଵନ୍ଧୁ ପରିଷଦ ଦ୍ବାରା ପରିଚାଳିତ ଏକଲ ଅଭିଯାନରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଇ ଶିକ୍ଷା ପ୍ରଚଳନ ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସର ରେ କରଞ୍ଜିଆ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ଏବଂ ସଂଚ ଦ୍ୱାରା ପରିଚାଳିତ ହେଉଥିବା ୬୦ ଗୋଟି ଏକଲ ବିଦ୍ୟାଳୟର ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଙ୍କୁ ଡିଜିଟାଲ ଟାବଲେଟ ସହ ବ୍ୟାଗ୍ ବିତରଣ କରିବା ସହିତ ଉଦବୋଧନ ରେ ସରକାରୀ ବିଦ୍ୟାଳୟ ଯେଉଁଠି ଅପହଞ୍ଚ ସେହି ଠାରେ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ମାନଙ୍କରେ ଏକଲ ବିଦ୍ୟାଳୟ ପ୍ରତିଷ୍ଠା ହୋଇ କ୍ଲାସରେ ଇ ଶିକ୍ଷା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଏହା ମାଧ୍ୟମରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ରେ ଏହି ଅଭିଯାନ ସାମିଲ ହୋଇ ସେବା ଯୋଗାଇବା ଅଭିନବ ପ୍ରୟୋଗ ଅନୁଷ୍ଠାନ ପକ୍ଷରୁ ଆରମ୍ଭ କରାଯାଇଛି ବୋଲି କହିଥିଲେ । ବର୍ତ୍ତମାନ ସମୟ ର ଆବଶ୍ୟକତା ଅନୁଯାୟୀ ଏହି ଅନୁଷ୍ଠାନ ର ପୃଷ୍ଟ ପୋଷକ ବନବନ୍ଧୁ ପରିଷଦ ଇ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ର ଏହି ପଦକ୍ଷେପ ଅନୁଷ୍ଠାନର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଟୁଡୁ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଯୁକ୍ତ ଟୁଡୁ ଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଆଦିବାସୀ ନୃତ୍ୟର ତାଳେ ତାଳେ ସଭା ସ୍ଥଳକୁ ପାଛୋଟି ଅଣାଯାଇଥିଲା । ସମାରୋହର ମୁଖ୍ୟ ବକ୍ତା ଭାବେ ଏକଲ ଅଭିଯାନ ଉତ୍କଳ ପ୍ରାନ୍ତ ପ୍ରଶିକ୍ଷଣ ବର୍ଗ ପ୍ରମୁଖ ଜିନବର୍ଦ୍ଧନ ସାହୁ ଯୋଗଦାନ କରି ରାଇରଙ୍ଗପୁର ଅଞ୍ଚଳରେ ୧୧ଟି ସଂଚ ରେ ୨୮୮ ଟି ଏକଲ ବିଦ୍ୟାଳୟ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ପାଞ୍ଚପିଢ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏକଲ ଅଭିଯାନ ପୂର୍ବଭାରତ ପ୍ରମୁଖ ଉମାକାନ୍ତ ଦାସ, ସ୍ଥାନୀୟ ସମାଜସେବୀ କୃପାସିନ୍ଧୁ ମହାନ୍ତ ଯୋଗଦାନ କରିଥିଲେ। କରଞ୍ଜିଆ ସଂଚର ସଭାପତି ବିଷ୍ଣୁ ଅଗ୍ରୱାଲ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକୀୟ ବିବରଣୀ ରମାରତନ ମହାନ୍ତ ପାଠ କରିଥିଲେ । ଅତିଥି ପରିଚୟ ପୂର୍ବ ଭାରତ ପ୍ରାଥମିକ ଶିକ୍ଷା ପ୍ରମୁଖ ପଦ୍ମିନୀ ମହାନ୍ତ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ପୂର୍ବ ଭାରତ କାର୍ଯ୍ୟାଳୟ ପ୍ରମୁଖ ଉମାକାନ୍ତ ଦାସ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଂଚ କୁ ପରିଚାଳନା କରୁଥିବା ବିଶିଷ୍ଟ ଶିକ୍ଷାବିତ୍ ତଥା କାର୍ଯ୍ୟାଳୟ ପ୍ରଭାରୀ ମନମୋହନ ମହାନ୍ତ, ଅବସରପ୍ରାପ୍ତ ଖେଳ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷା ପ୍ରଭାରୀ କାବୁଲୁ ଚନ୍ଦ୍ର ରାଉଳ, କୋଷାଧ୍ୟକ୍ଷ ପ୍ରଶାନ୍ତ ଦାସ, ସାମ୍ୱାଦିକ ସଞ୍ଜୟ ଅଗ୍ରୱାଲ, ଅଭିଯାନ ପ୍ରମୁଖ ଈଶ୍ୱର କିସ୍କୁ, ପୂର୍ବଭାଗର ଅଭିଯାନ ପ୍ରମୁଖ ସୁକେଶ କୁମାର ବେହେରା, ଗ୍ରାମ ସ୍ଵରାଜ ପ୍ରମୁଖ ବେଣୁଧର କଣ୍ଟା ବା°ରିଆ, ପ୍ରାଥମିକ ଶିକ୍ଷା ପ୍ରମୁଖ ବାସନ୍ତୀ ମାରାଣ୍ଡି ଓ ସଂଚ ପ୍ରମୁଖ ମଞ୍ଜୁଲତା ମହାନ୍ତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ