ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ଗ୍ରାମର ବାବାଜି ଚରଣ ପହିଙ୍କର ୮୧ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚତ ଥିଲେ । ସେ ଅନେକ ଧର୍ମାନୁଷ୍ଠାନ ସହିତ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସାନଭାଇ ପ୍ରଫୁଲ, ପୁଅ ଜଳଧର, ଶୁଭପ୍ରକାଶ, ଭଉଣୀ ମନେ୍ଦାଦରୀ, ଭିଣୋଇ ପ୍ରଶାନ୍ତ, ଝିଅ ଅନୁ, ତନୁ, ମନୁ, ଜ୍ୱାଇଁ ଟୁଟୁ, ମାନସ, ନାତି ଜୟପ୍ରକାଶ, ସୋମ, ସିମ୍ପୁ, ଝିଅ, ଜ୍ୱାଇଁ ଓ ଅନ୍ୟ ନୋତି ନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ନିଜ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ନାତି ଜୟପ୍ରକାଶ ମୁଖାଗ୍ନି ଦେଇଥିବାବେଳେ ବନ୍ଧୁ ପରିଜନ ଓ ଗ୍ରାମବାସୀମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।