ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ଚୂଡ଼ାମଣି ଘଡେଇଙ୍କ ସ୍ମୃତିସଭା

ହାଟଡିହି  (ଓ୍ବାଇଏନଏସ): ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ ପକ୍ଷରୁ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ବର୍ଗତ ଚୂଡ଼ାମଣି ଘଡେଇଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇ ଯାଇଛି। ହାଟଡିହି ନୋଡାଲ ସ୍କୁଲ ପରିସରରେ ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ସଭାପତି ଦୟାନିଧି ରାଉତ ରାଉତଙ୍କ ସଭାପତିତ୍ୱରେ ଓ ବିଶିଷ୍ଟ ଶିକ୍ଷାବିତ ମୋହନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ସମ୍ପାଦକ କମଳ ଲୋଚନ ବିଶ୍ୱାଳ, ଧନେଶ୍ୱର ଖଣ୍ଡେଇ, ଅଲେଖ ଚନ୍ଦ୍ର ପରିଡା, ମନମୋହନ ସାମଲ, ରଘୁନାଥ ବେହେରା, ବ୍ରହ୍ମାନନ୍ଦ ପତି, ଘନଶ୍ୟାମ ପହି, ରମାକାନ୍ତ ନାୟକ, ଜଗବନ୍ଧୁ ସାହୁଙ୍କ ସମେତ ବହୁ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସ୍ବର୍ଗତ ଚୂଡ଼ାମଣି ଘଡେଇଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚରଣ କରିଥିଲେ। ସ୍ବର୍ଗତ ଚୂଡ଼ାମଣି ସାର ଦୀର୍ଘ ୩୫  ବର୍ଷ କାଳ ହାଟଡିହି ଏମ.ଇ ସ୍କୁଲରେ ଶିକ୍ଷକତା କରି ଅନେକ କୃତ୍ତି ଛାତ୍ରଛାତ୍ରୀ ସୃଷ୍ଟି କରିଥିଲେ। ଏପରିକି ଆଖପାଖ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଏବେ ବଡ଼ ବଡ଼ ପଦବୀରେ ଅଧିଷ୍ଠିତ। ତାଙ୍କର ଛାତ୍ର ବତ୍ସଳତା, ଶିକ୍ଷାଦାନ ପଦ୍ଧତି, ସମୟାନୁବର୍ତ୍ତିତା ଓ ସହନଶୀଳତା ତାଙ୍କୁ ସବୁଦିନ ପାଇଁ ମନେ ରଖିବ ବୋଲି ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ଶେଷରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା। ଏଥିରେ ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ