ମଦନ ମୋହନ ଦତ୍ତଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ
ବାଲେଶ୍ୱର, (ସରୋଜ ପଣ୍ଡା) :-ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୂଣ୍ୟତିଥି ପାଳନ ଅବସରରେ ବିଜେପି ସଦର କାର୍ଯ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦତ୍ତଙ୍କ ସୁପୁତ୍ର ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅୟୋଜିତ ହୋଇଥିଲା । ସ୍ୱର୍ଗତ ବିଧାୟକଙ୍କ ପତ୍ନୀ ପ୍ରେମଲତା ଦତ୍ତ ଏହି ଶିବିରକୁ ଉଦଘାଟନ କରିବା ସହ ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜଣାଇଥିଲେ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏଥିରେ ଯୋଗଦେଇ ସ୍ୱଗର୍ତ ମଙ୍ଗୁଭାଇଙ୍କ ଜୀବନାଦର୍ଶ, ସାଂଗଠନିକ ଦକ୍ଷତା ତଥା ସମାଜସେବା ଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବୈଲୋଚନ ଦାଶ, ବିଜୟ ପାଣିଗ୍ରାହୀ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ରୋଜାଲିନ ପାଣି, ନିରୁପମା ଦାଶ, ପ୍ରତିମା ବେହେରା, ସସ୍ମିତା ନାଥ, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ସମର ଶଙ୍କର କାନୁନଗୋ, ପ୍ରବୀର ଶଙ୍କର ଦାଶ, ଚନ୍ଦ୍ରଶେଖର ନନ୍ଦ, ବିଭୂପଦ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ଧୀରଜ ମହାନ୍ତି, ମନ୍ମୟ ଦାସ, ବିନୟ ମହାରଣା, କୌସିକ ଚାନ୍ଦ, ନିତିନ ଦାସ, ଅରୁପ ଜେନା, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ସସ୍ମିତା ଦାଶ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା, ସୁସ୍ମିତା ପଣ୍ଡା, ଆଶାଲତା ବାଡି, ସୁକାନ୍ତିଦେବ ଗୋସ୍ୱାମୀ, ସେଖ ହଲିମ, ସେଖ ମିରାଜ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦତ୍ତଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ସଦର ଯୁବନେତା ମାନସ ଦତ କୃତଜ୍ଞତା ଜଣାଇବା ସହ ସ୍ୱର୍ଗତ ବିଧାୟକଙ୍କ ସେବା ମନସ୍କ ଚେତନାକୁ ଉଜ୍ଜୀବିତ ରଖିବାକୁ କହିଥିଲେ । ସଦର ବିଜେପିର ବହୁ ଯୁବକର୍ମୀ ଏହି ଶିବିରରେ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା ।