ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ଉପରେ ବ୍ଲକ ସ୍ତରୀୟ କର୍ମଶାଳା 

ଛତ୍ରପୁର, (ଦେବଦତ୍ତ ମହାରଣା) :-ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ଓ ୟୁନିସେଫ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ  ବୁଧବାରରେ ଛତ୍ରପୁର ବ୍ଳକ  ସମ୍ମିଳନୀ କକ୍ଷ ପରିସରରେ ଶିଶୁମାନଙ୍କ ସୁରକ୍ଷା ପଞ୍ଚାୟତ ଗଠନରେ ଭୂମିକାକୁ ନେଇ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରିଙ୍କୁ ନେଇ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ତହସୀଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ପ୍ରକାଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏବଂ ଏହି ବୈଠକରେ ସ୍ୱାସ୍ଥ୍ୟ ଅଧିକାରୀ,ଛତ୍ରପୁର ,ପିଏଚଇଓ,ବିପିଏମ,ଜିପିଇଓ,ଜଳ ଓ ପରିମଳ ବିଭାଗର କନିଷ୍ଠ ଜନ୍ତ୍ରୀ, ବିଏସଏସଓ,ଏମଆଇ,ଏପିଓ ଏବଂ  ଆଇସିଡ଼ିଏସ ରସମସ୍ତ ସୁପରଭାଇଜାର ଉପସ୍ଥିତ ଥିଲେ। । ଏହି କାର୍ଯ୍ୟ କ୍ରମରେ ଶିଶୁ ଅନୁକୂଳ ଗ୍ରାମ ପଞ୍ଚାଯତ କରିବା ପାଇଁ ଏହି କର୍ମଶାଳାରେ ନବନିର୍ବାଚିତ 18ଟି ଗ୍ରାମ ପଞ୍ଚାୟତର ପ୍ରତିନିଧି ମାନେ ଉପସ୍ଥିତ ରହି ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ କରିବାରେ ସେମାନଙ୍କ ଭୂମିକାକୁ ନେଇ ଆଲୋଚନା କରଯାଇଥିଲା ।ବିଶେଷକରି ଶିଶୁ ମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି,ଆଗ ଧାଡିର ସେବା ପ୍ରଦାନକାରୀ ଓ ଅଭିଭାବକ ମାନଙ୍କର ଭୂମିକାକୁ ନେଇ ଆଲୋଚନା କରଯାଇଥିଲା । ବିଶେଷକରି ବିପଦ ଅବସ୍ଥା ରେ ଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ସ୍ଥାନୀୟ ଶାସନ ବ୍ୟବସ୍ଥାରେ ଶିଶୁ ମାନଙ୍କର ଭାଗୀଦାରିତକୁ ନେଇ ଆଲୋଚନା ହୋଇଥିଲା। ତତ ସହିତ ବିଭିନ୍ନ ପ୍ରାକୃତିକ ବିପର୍ଜୟ ସମୟରେ ଶିଶୁ ମାନଙ୍କର ସୁରକ୍ଷା,ବିପଦର ସୂଚନା ପ୍ରାପ୍ତି ଏବଂ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତି ବେଳେ ଶିଶୁ ମାନଙ୍କର ଭାଗୀଦାରିତାକୁ ସୁନିଶ୍ଚିତ କରିବା ପାଇଁ କୁହାଯାଇଥିଲା । ଏହି କର୍ମଶାଳାକୁ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ସାହୁ ,ଛତ୍ରପୁର ବ୍ଲକ ସଂଯୋଜକ ବିପ୍ଲବ କୁମାର ବେହେରା ଏବଂ ଗୀତାଞ୍ଜଳି ପାଣିଗ୍ରାହୀ,ବସନ୍ତ କୁମାର ମିଶ୍ର ଏବଂ ମହିମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ