ଓଡ଼ିଆ ବିରୋଧି ନୀତିକୁ ନିନ୍ଦା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରାଯାଇଥିବାବେଳେ ଏହାକୁ ନେଇ ସାରା ଓଡ଼ିଶାରେ ଖୁସିର ଲହର ଦେଖିବାକୁ ମିଳିଥିଲା । ମୁର୍ମୁ ଜଣେ ନିର୍ବିବାଦୀୟ ଭଲ ଲୋକ ହୋଇଥିଲେବି ସେ ଆର୍ ଏସ୍ ଏସ୍ ଓ ବିଜେପି ନୀତିରେ ଚାଲୁଥିବାରୁ କଂଗ୍ରେସ ତାଙ୍କୁ ସମର୍ଥନ ଜଣାଇବ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି । ନରସିଂହ ମିଶ୍ର ଜାଣିବା ଉଚିତ ଯେ,ରାଷ୍ଟ୍ରପତି ପ୍ରାର୍ଥୀ ଯିଏବି ହେଉ ସେ ନିର୍ଦ୍ଦଳୀୟ । ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ମୁର୍ମୁଙ୍କୁ ସମର୍ଥନ କରିବା ଦରକାର । ଜଣେ ଓଡ଼ିଶାର ଏବଂ ଓଡ଼ିଆ ପ୍ରାର୍ଥୀ ହିସାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି । କିନ୍ତୁ କଂଗ୍ରେସ ଦଳର ଏଭଳି ମତ ଉପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି କଳିଙ୍ଗ ସେନା । ଏହାକୁ ନେଇ କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ନିଜ ପ୍ରତିକ୍ରିୟାରେ କହିଛନ୍ତିଯେ କଂଗ୍ରେସ ଯଦି ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜଣେ ଓଡ଼ିଆଙ୍କୁ ସମର୍ଥନ କରିବ ନାହିଁ ବୋଲି କହୁଛି,ତାହାଲେ ତାହା ଏକ ଓଡ଼ିଆ ବିରୋଧି ଦଳ ବୋଲି କୁହାଯିବ । ଏଭଳି ଦଳକୁ ବର୍ଜନ କରିବା ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ