ପ୍ରଦୀପ କୁମାର ସୁବୁଦ୍ଧିଙ୍କ ପରଲୋକ

ଶ୍ରୀ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ସୁବୁଦ୍ଧି ଆଉ ଇହ ଜଗତରେ ନାହାନ୍ତି ।ସେ ଦୀର୍ଘ ଦିନ ହେଲା କିଡନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଥିଲେ । ଆଜି ଭୋର ୪ ଟା ସମୟରେ ଆପୋଲୋ ହସ୍ପିଟାଲରେ ଆଜି ଭୋର ୪ ଟାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ପ୍ରଥମ ଡକ୍ଟରେଟ ଡିଗ୍ରି ହାସଲ କରି ଏହି ଅଞ୍ଚଳ ଓ ବିଭିନ୍ନ ସ୍ଥାନର ସମସ୍ତଙ୍କର ସେବା କରିଚାଲିଥିଲେ । ଜଣେ ସାଧୁବାଦ ଶିକ୍ଷକ ଓ ନିସ୍ୱାର୍ଥପର ମଣିଷକୁ ହରାଇ ଗାଁ ମାଟି ଆଜି ତାଙ୍କୁ ଆଜି ଝୁରୁଛି । ତାଙ୍କ ମୃତ୍ୟୁ ଶର‌୍ୟ୍ୟା ନିକଟରେ ପତ୍ନୀ ଅଳକା ସୁବୁଦ୍ଧି , ବଡପୁଅ ଅମୀୟ , ସାନପୁଅ ସୁବ୍ରତ , ସାନଭାଇ ଶ୍ରୀ ଦିଲ୍ଲୀପ କୁମାର ସୁବୁଦ୍ଧି ,କେଶପୁର ମହାବିଦ୍ୟାଳୟର ଅଧ୍ୟାପକ ମାନେ ଉପସ୍ଥିତ ଥିଲେ ।ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗ ଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ଏହି ଶୋକାକୁଳ ପରିବେଶରେ ପିତା ଶ୍ରୀ ବିରାବର ସୁବୁଦ୍ଧି , ମା କିଶୋରୀ ପୁଅ ଙ୍କୁ ହରାଇ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ