ଲିଲିଗଡ ପଂଚାୟତ ରେ ସୁଶାନ୍ତ ଙ୍କ ଶୋକ ସଭା ପାଳନ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ ପଂଚାୟତ କାର୍ଯ୍ୟଳୟ ରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁଶାନ୍ତ ନାୟକ ଙ୍କ ମୃତ କୁ ନେଇ ଶୋକ ସଭା ଅନୁଷ୍ଠିତ ହୋଇଥିଲା I ପଂଚାୟତ ସମସ୍ତ ଲୋକେ ସୁଶାନ୍ତ ର ଫୋଟ ରେ ପୁଷ୍ପ ମାଲ୍ୟ ଦେବା ସହ ଦୀପକ ପ୍ରଜଳନ୍ କରି ଶାନ୍ତି ପାଠ କରିଥଲେ I ଏହି କାର୍ଯ୍ୟକ୍ରମ ରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ମତି ବାସନ୍ତୀ ମଲ୍ଲିକ , ସମିତି ସଭ୍ୟ ଶ୍ରୀ ମୁନା ମଲ୍ଲିକ, ନାଇବ ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ନାୟକ, ଉନ୍ନୟନ କମିଟିର ସଭାପତି ଶ୍ରୀ ଲିଙ୍ଗରାଜ ନାୟକ, ପୂର୍ବତନ ସମିତିସଭ୍ୟ ଅଜିତ କୁମାର ନାୟକ, ପ୍ରତେକ ୱାର୍ଡ ର ୱାର୍ଡ ସଭ୍ୟ/ସଭ୍ୟା, ଗାଁ ସାଥୀ ଏବଂ ପ୍ରତ୍ୟେକ ଗ୍ରାମରୁ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ବର୍ଗତ ଶ୍ରୀ ସୁଶାନ୍ତ କୁମାର ନାୟକ ଙ୍କ ଶୋକ ସଭା ଅନୁଷ୍ଠିତ କରି ପାଳନ କରିଥିଲେ ।