ଆର୍ଯ୍ୟପଲ୍ଲୀ ଠାରେ ଫିସିଙ୍ଗ ହାରବର ତୁରନ୍ତ ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଙ୍କୁ ଭେଟିଲେ ବିଜେପି ର ତିନିଜଣିଆ ପ୍ରତିନିଧି ଦଳ
ଛତ୍ରପୁର, (ଦେବଦତ୍ତ ମହାରଣା) :-ମତ୍ସ୍ୟଜୀବୀ ମାନଙ୍କ ପାଇଁ ହିତ ନିମନ୍ତେ ଆଜି ଦିଲ୍ଲୀ ସ୍ଥିତ ବାସଭବନ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମତ୍ସ୍ୟ ସମ୍ପଦ ବିଭାଗ ର କେନ୍ଦ୍ରମନ୍ତ୍ରୀ ସଞ୍ଜୟ କୁମାର ବାଲ୍ୟାନଙ୍କ ସହ ଭାରତୀୟ ଜନତା ପାର୍ଟି ର ଏକ ପ୍ରତିନିଧି ଦଳ l ସୌଜନ୍ୟ ମୂଳକ ସାକ୍ଷାତକାର କରି ଆର୍ଯ୍ୟପଲ୍ଲୀ ଠାରେ ପ୍ରସ୍ତାବିତ ଫିସିଙ୍ଗ ହାରବର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ ଏକ ଆଲୋଚନା କରିଛନ୍ତି l ଏନେଇ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯିବା ସହିତ ଦୁଇଜଣ ମନ୍ତ୍ରୀ ଙ୍କ ସହ ଏହି ଆଲୋଚନା ବେଳେ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର,ଭାରତୀୟ ଜନତା ପାର୍ଟି ର ୨୦ ନଂ ଜୋନ ର ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ଯୁବ ନେତା ଏନ ଦୀନବନ୍ଧୁ ଓ ବିଜେପି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା ଉପସଭାପତି କେ. ରଘୁନାଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ l ଅତିଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଏହି ପ୍ରତିନିଧି ଦଳ ଏକ ପ୍ରେସ ବିବୃତି ସୂଚନା ଦେଇଛନ୍ତି l