ଗ୍ରାମ୍ୟମୁଖୀ ପ୍ରଶାସନର ଜନ ଅଭିଯୋଗ ଶୁଣାଣି 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଗ୍ରାମ୍ୟମୁଖୀ ପ୍ରଶାସନର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗ ଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଆରକ୍ଷୀ ଜୟରାମ ଶତପଥି, ମୋହନା ତସିଲଦାର ତଥା ଦାୟିତ୍ୱରେ ଥିବା ମୋହନା ବିଡିଓ କିଶୋର ଚନ୍ଦ୍ର ଦାସ, ମୋହନା ଡାକ୍ତର ନମିତା ପଣ୍ଡା, ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ମୋହନା ବ୍ଲକ ଜିପିଇଓ ଖଗେଶ୍ବର ଭୂୟାଁ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ମୋହନା ପ୍ରାଣୀ ଅଧିକାରୀ ବିରେନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଶ୍ରୀ ଟି.ପଲାଇ, ଅଡବା ଆରଆଇ ଛବିର ପଣ୍ଡା, ପାଣିଗଣ୍ଡା ସରପଞ୍ଚ ବାବୁଲି ମାଝି, ପିଇଓଏସ୍ ଏସ୍.ଦଳବେହରା ପ୍ରମୁଖ ସହ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭି ଯୋଗ ଶୁଣାଣି ଅବସରରେ ଶତାଧିକ ଅଭିଯୋଗ ହୋଇଥିବା ବେଳେ କେତେକ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ହୋଇଥିଲା | ଗରଡମା, କଟାମା, ପାଣିଗଣ୍ଡା, ଦମାଦୁଆ, ଆଲିଗଣ୍ଡା, ଡମ୍ବଗୁଡା ୬ପଞ୍ଚାୟତର ଅଧିବାସୀ ଅଭିଯୋଗ କରିଥିଲେ । ୨୧୦ ଜଣ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅଭିଯୋଗ କରିଛନ୍ତି । ଏହାସହ କଟାମା ପଞ୍ଚାୟତ ଅନ୍ତର୍ଗତର କରଜୁଆ ଗ୍ରାମର ୧୦ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ