ଦିଶା ଓ ଆଦିତ୍ୟଙ୍କ ହଟ୍ ଲୁକ୍‌

ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ଅପକମିଂ ଫିଲ୍ମ “ମଲଙ୍ଗ’ର ଫୋଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । ସୋଶାଲ୍ ମିଡିଆରେ ଏହାର ପ୍ରଥମ ଫଟୋ ଶେଆର କରାଯାଇଛି । ଫଟୋରୁ ଲାଗୁଛି ଯେ ଏହି ଫିଲ୍ମ ଯୁବପିଢ଼ିଙ୍କୁ ବେଶ୍ ପସନ୍ଦ ଆସିପାରେ । ଏହି ଫିଲ୍ମରେ ଦର୍ଶକ ପ୍ରଥମ ଥର ଆଦିତ୍ୟ ଓ ଦିଶାଙ୍କ ଯୋଡ଼ି ଦେଖିବାକୁ ପାଇବେ । ନିର୍ଦ୍ଦେଶକ ମାହିତ ସୁରୀ ଆଦିତ୍ୟଙ୍କ ଜନ୍ମଦିନରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ସୋଶାଲ୍ ମିଡିଆରେ ଶେଆର କରିଛନ୍ତିା ଏହାର କ୍ୟାପସନରେ ସେ ଲେଖିଛନ୍ତି, “ଚାଲ ପୁଣିଥରେ ଗୋଆ ଯିବା ମସ୍ତି କରିବାକୁ । ଜନ୍ମଦିନର ଶୁଭକାମନା ଆଦି ।’
ଫଟୋରେ ଦିଶା ଓ ଆଦିତ୍ୟ ସମୂଦ୍ର କୂଳରେ ମସ୍ତି କରୁଥିବା ଦେଖିବାକୁ ମିଳିଛି । ଫଟୋରେ ଆଦିତ୍ୟ ଶର୍ଟଲେସ୍ ନଜର ଆସିଛନ୍ତି । ସିକ୍ସ ପ୍ୟାକ୍ ବଡ଼ି ସହ ସେ ବେଶ୍ ହଟ୍ ଲାଗୁଛନ୍ତି । ଦିଶାଙ୍କ ଲୁକ୍ ମଧ୍ୟ ବେଶ୍ ବୋଲ୍ଡ୍ ରହିଛି ।
କିଛି ଦିନ ପୂର୍ବରୁ ଫିଲ୍ମର ଶୁଟିଂ ଶେଷ ହୋଇଛିା ଏଥିରେ ଆଦିତ୍ୟ ଓ ଦିଶାଙ୍କ ବ୍ୟତୀତ ଅନିଲ୍ କପୁର୍ ଓ କୁନାଲ୍ ଖେମୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଭୂଷଣ କୁମାର ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଫିଲ୍ମଟି ୨୦୨୦ ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ ଫେବୃଆରୀ ୧୪ରେ ପରଦାକୁ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ