ଆଡପଡା ରେ ଭ୍ରାମ୍ୟା ମାଣ କ୍ୟାମ୍ପ କୋର୍ଟ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜନସାଧାରଣ ଙ୍କୁ ଘର ପାଖରେ ସମସ୍ତ ସୁବିଧା ଯୋଗାଇବା ପ୍ରାୟାସ ବାରମ୍ବାର କୋର୍ଟ ଦୌଡିବା ନଦୌଡ଼ି ଅତି ଅଳ୍ପ ସମୟରେ ନିଜର ନ୍ୟାୟ ପାଇବା ପାଇଁ ଭ୍ରାମ୍ୟମାଣ ଅଦାଲତ ଉଦେଶ ରେ ଆଜି।ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡପଡ଼ା ପଞ୍ଚାୟତ ରେ ଗ୍ରାମ୍ୟ ନ୍ୟାୟଳୟ ପକ୍ଷରୁ ଆଡପଡ଼ା ପଞ୍ଚାୟତ କାଯ୍ୟଳୟ ପରିସରରେ ଭ୍ରାମ୍ୟା ମାଣ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମ ରେ ସରପଞ୍ଚ ଶର୍ମିଷ୍ଠା ରାଉତ ଙ୍କ ତତ୍ବାବଧାନ ରେ ଆୟୋଜିତ ଏହି ଅଦାଲତରେ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟଳୟ ବିଚାରପତି ସୁଶ୍ରୀ ଶୁଭଶ୍ରୀ ମଲ୍ଲ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟ ଆରମ୍ଭ କରିଥିଲେ l ଆୟୋଜିତ ଏହି ଅଦାଲତରେମୋଟ 6 ଗୋଟି ମାମଲା ର ଶୁଣାଣି କରାଯାଇଥିଲା l ସରକାରୀ ଓକିଲ ଦୀପକ ସେଠି, ସତ୍ୟନାରାୟଣ ରଥ ଆଜିର ଅଦାଲତ ମକଦ୍ଦମା ପରିଚାଳନା କରିଥିଵା ବେଳେ ବରିଷ୍ଠ ଓକିଲ ସୁରେଶ ଚନ୍ଦ୍ର ସାହୁ, ରାସନନ୍ଦ ରାଉତ, ନୀଳ ମାଧବ ରଥ, ମନୋଜ କୁମାର ପଣ୍ଡା, ବିଜୟ କୁମାର ପ୍ରଧାନ ପ୍ରଶାନ୍ତ କୁମାର ଡାକୁଆ ପ୍ରମୁଖ ଓକିଲ ମାମଲା ପରିଚାଳନା ରେ ସହଯୋଗ କରିଥିଲେ l ପାଟପୁର ଥାନା ପକ୍ଷରୁ ଥାନା ଅଧିକାରୀ ସବ୍ୟ ସାଚି ମଲ୍ଲ ଉପସ୍ଥିତି ଥିଲେ l ଆଡପଡା ପଞ୍ଚାୟତ ପକ୍ଷରୁ ସମାଜସେବୀ ନୀଳମାଧଵ ରାଉତ, ନବ କିଶୋର ପ୍ରଧାନ, ଡାକ ରାଉତ, ମୁନା ରାଉତ ପ୍ରମୁଖ କାଯ୍ୟକ୍ରମ କୁ ସଫଳ କରାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ