ପାଟପୁର ଗ୍ରାମରେ ଆମ ପୋଲିସ୍ ସମିତିର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଆମ ପୋଲିସ୍ ପକ୍ଷରୁ ଛତ୍ରପୁର ଥାନା ଅନ୍ତର୍ଗତ ତରେଇ ପାଟପୁର ଗ୍ରାମରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମାଜିକ ବାସନ୍ଦ କୁ ନା କରିବା, ବାଲ୍ୟ ବିବାହ ମୁକ୍ତ, କନ୍ୟାଭୃଣ ହତ୍ୟା, ସାଇବର ଠକେଇ ଭଳି ବିଭିନ୍ନ ଅପରାଧିକ ମାମଲାରୁ ସଜାଗ ରହିବା ସମେତ କୌଣସି ଅପରାଧିକ ମାମଲା ଘଟିବାର ସୁଚନା ଥିଲେ ତୁରନ୍ତ ପୋଲିସ କୁ ଖବର ଦେବା ନେଇ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାର ସବ ଇନସିପେକ୍ଟର ବିନୟ ଦାସ, ଗ୍ରାମର ପି. ଧରମା ରେଡ୍ଡୀଙ୍କ ସମେତ ବହୁ ଗ୍ରାମ ବାସିନ୍ଦା ଓ ପୋଲିସ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


