ବାଲେଶ୍ୱରରେ କଂଗ୍ରେସର ଜନସମ୍ପର୍କ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ ଅବସରରେ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଏକ ସାଧାରଣ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେଡି ମଧ୍ୟରେ ଥିବା ଭିତିରି ସମ୍ପର୍କ ଓ ସାମ୍ପ୍ରତିକ ସ୍ଥିତିରେ ଚାଲିଥିବା ଦୁର୍ନୀତିଯୁକ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ସବୁଠାରେ ବଢ଼ି ଚାଲିଥିବା ଉଭୟ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ । ବିକାଶ ନାମରେ କାର୍ଯ୍ୟକାରୀ ଶହ ଯୋଜନାରେ ଜନସାଧାରଣଙ୍କୁ ସୁଫଳ ମିଳୁ ନିଥିବା ଶ୍ରୀ ପଟ୍ଟନାୟକ କହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ବାଲେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଶହଶହ ଶିଳ୍ପାନୁଷ୍ଠାନ ଏବେ ବନ୍ଦ ହୋଇଯାଇଛି । ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଓଡ଼ିଶା ସମେତ ଦେଶ ପାଇଁ ଏବେ ଏକମାତ୍ର ବିକଳ୍ପ ହୋଇଛି କଂଗ୍ରେସ । ୨୦୨୪ରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବା ପରେ ସମସ୍ତଙ୍କ ପାଇଁ ୨ଶହ ୟୁନିଟର ବିଦ୍ୟୁତ ଟିକସ ଛାଡ଼ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସେ କଗ୍ରେସ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ । ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପ-ସଭାପତି ସୁରେଶ ମହାପାତ୍ର, ପିସିସି ଉପ-ସଭାପତି ଶୁଭେନ୍ଦୁ ମହାନ୍ତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ତଥା ଦେଶର ସାମ୍ପ୍ରତିକ ରାଜନୈତିକ, ଅର୍ଥନୈତିକ ତଥା ସାମାଜିକ ବିକଳ ସ୍ଥିତି ସମ୍ପର୍କରେ ଆଲେଶଚନା କରିଥିଲେ । ଦୁର୍ନୀତିରେ ବୁଡ଼ି ରହିଥିବା ଉଭୟ ସରକାରଙ୍କୁ ବରଖାସ୍ତ ପାଇଁ ସେମାନେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ରାଜ୍ୟ ଅଧ୍ୟକ୍ଷ ଅଭିଖେଖ ମହାନନ୍ଦ, ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ଲୋକନାଥ ମହାରଥି, ପିସିସି ସାଧାରଣ ସମ୍ପାଦକ କିଶୋର ଜେନା, ପିସିସି ମୁଖପାତ୍ର ପଦ୍ମାକର ଗୁରୁ,ପିସିସି ସମ୍ପାଦକ ଜ୍ଞାନ ପଟ୍ଟନାୟକ, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ସୁରେନ୍ଦ୍ରନାଥ ପରମାଣିକ, ଅକ୍ଷୟ ଆଚାର୍ଯ୍ୟ, ଚିତ୍ତ ଷଡ଼ଙ୍ଗୀ ଓ ଯୁଧିଷ୍ଟିର ଜେନା, ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ, ଜଳେଶ୍ୱର ନେତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସଭାପତି ସୁଦର୍ଶନ ଦାସ, ସଦର ନେତ୍ରୀ ମମତା କୁଣ୍ଡୁ, ନୀଳଗିରି ନେତ୍ରୀ ମନୋଜ ମଞ୍ଜରୀ ଦେବୀ, ବସ୍ତା ଓ ବାଲିଆପାଳ ନେତା ବିଜନ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ରେମୁଣାର ପ୍ରତାପଚନ୍ଦ୍ର ସେଠୀ, ବିଶ୍ୱଜିତ ଦାସ, ବାଲିଆପାଳ ରଞ୍ଜିତା ନାୟକ୍‌, ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ଓ ବାବାଜୀ ଦେହୁରୀ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ ଓ ସୁଧାଂଶୁ ଶେଖର ଜେନା, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ରକଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ପିସିସି ସଂମ୍ପାଦକ ଅର୍ଚ୍ଚନା ନନ୍ଦୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ