ବୌଦ୍ଧିକ ବାଧକ ଶିକ୍ଷାର୍ଥୀଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କଲେ ଜିଲ୍ଲାପାଳ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ବୌଦ୍ଧିକ ବାଧକ ଶିକ୍ଷାର୍ଥୀ ମାନଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କରାଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ବୌଦ୍ଧିକ ବାଧକ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷକ ଉପକରଣ ବଣ୍ଟନ କରିଛନ୍ତି । ବୌଦ୍ଧିକ ବାଧକ ଶିକ୍ଷାର୍ଥୀ ମାନଙ୍କର ବୌଦ୍ଧିକ ସ୍ତର ନିମ୍ନ ରହୁଥିବାରୁ ସେମାନଙ୍କ ବିକାଶ ପାଇଁ ଉକ୍ତ ଶୈକ୍ଷିକ ଉପକରଣ ଗୁଡିକ ବେଶ ଉପଯୋଗୀ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ । ସମସ୍ତ ଅଭିଭାବକ ମାନେ ଏହି ଉପକରଣ ଗୁଡିକର ଉଚିତ୍ ବ୍ୟବହାର କରିପାରିଲେ ଶିକ୍ଷାର୍ଥୀ ମାନଙ୍କର ବୌଦ୍ଧିକ ବିକାଶ ନିଶ୍ଚୟ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ମୋଟ ୨୦୬ ଜଣ ବୌଦ୍ଧିକ ବାଧକ ଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଏହି ଶୈକ୍ଷିକ ଉପକରଣ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ଓ ଡିଆରଡ଼ିଏ ନିର୍ବାହୀ ଯନ୍ତ୍ରୀ ଇଂ. ମନୋଜ କୁମାର ବେହେରା  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୌଦ୍ଧିକ ବାଧକ ଶିକ୍ଷାର୍ଥୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ  ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ସମସ୍ତ ସ୍ତରର କର୍ମକର୍ତ୍ତା ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ବୈଷୟିକ ପରାମର୍ଶଦାତା ମଧୁସୂଦନ ପରିଡା, ବାଳିକା ଶିକ୍ଷା ସଂଯୋଜକ ଜ୍ୟୋତି ପ୍ରକାଶ ରଥ, ପ୍ରଦୀପ କୁମାର ଖଟାଇ, ଆଦିବାସୀ ଓ ଜନଜାତି ସଂଯୋଜକ ସରୋଜ ମୋହନ ପାଳ, ଯୋଜନା ସଂଯୋଜକ ସାବିତ୍ରୀ ବାଳା ଦାସ, ଶୈକ୍ଷିକ ସଂଯୋଜକ ସନ୍ତୋଷ କୁମାର ପଣ୍ଡା, ଆକାଉଣ୍ଟାଣ୍ଟ ଲକ୍ଷ୍ମୀଚରଣ ଶତପଥି, ପ୍ରୋଗ୍ରାମ ସହାୟକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ତଃର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ଶିକ୍ଷା ଅଧିକାର ଅଧିନିୟମ ୨୦୧୬ ଅନ୍ତର୍ଗତ ସମସ୍ତ ୨୧ ପ୍ରକାର ଭିନ୍ନକ୍ଷମତା ମଧ୍ୟରୁ ବୌଦ୍ଧିକ ବାଧକ ଦିବ୍ୟାଙ୍ଗତା ଉପରେ ସ୍ୱତନ୍ତ୍ର ଆଲୋକପାତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ଏମ୍‌. ଡମ୍ବୁରୁ ଦୋରା, ବିଜୟ କୁମାର ବେହେରା, ଅଶ୍ୱିନୀ ପାଇକରାୟ, ହେମନ୍ତ କୁମାର ପାଳ ଓ ସୁଶାନ୍ତ କୁମାର ଡାକୁଆ ପ୍ରମୁଖ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ