ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟରେ ୭୩ ତମବନ ମହୋତ୍ସବ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ୭୩ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଇ . ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ମହାବିଦ୍ୟାଳୟରେ ସାଂପ୍ରତିକ ପରିସ୍ଥିତିରେ ବୃକ୍ଷ ରୋପଣ ଏବଂ ଆବଶ୍ୟକତା କର୍ମଶାଳା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ଜରିଆରେ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ,ତଥା ଗବେଷକ ଡକ୍ଟର ଅନନ୍ତରାମ କର , ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଉପସ୍ଥିତ ରହି ବୃକ୍ଷର ସାମଗ୍ରିକ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରଭୂଦତ୍ତ ବ୍ରହ୍ମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅତିଥି ବୃନ୍ଦ , ଅଧ୍ୟାପକ , ଅଧ୍ୟାପିକା ସମେତ ଛାତ୍ରଛାତ୍ରୀ ମାନେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନେ ଗୋଟିଏ ତାରାକୁ ପୈାଷ୍ଯ ଭାବେ ଗ୍ରହଣ କରି ରୋପଣ କରିଥିଲେ ମଧ୍ୟ ଏହାର ସଠିକ ଯତ୍ନ ନେବାକୁ ଅଧ୍ୟକ୍ଷ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ । ଶେଷରେ ଅଧ୍ୟାପକ ଡକ୍ଟର ସାନ୍ତୁନୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ ଜଣାଇଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।