ଜିଲ୍ଲାପାଳଙ୍କ ଠାକୁର ବାମନ ବଳି ବେଶ ଦର୍ଶନ : ଭଜନ ସନ୍ଧ୍ୟାର  ଶୁଭାରମ୍ଭ କଲେ

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଶେରଗଡ ରଥଯାତ୍ରା ଗୁରୁବାର ଦିନ ଥିଲା ଆଷାଢ଼ ଶୁକ୍ଲ ସପ୍ତମୀ ତିଥି । ଏହି ଅବସରରେ ଠାକୁରଙ୍କ ବଳି ବାମନ ବେଶ । ଏହି ଅବସରରେ ରଥଯାତ୍ରା ପରିଚାଳନା କମିଟି ର ଅନୁରୋଧ କ୍ରମେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜୋତି ପରିଡ଼ା , ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର  ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ପରିଡ଼ା ପହଁଚି ବା ପରେ ଆଡ଼ପ ମନ୍ଦିର ସମ୍ମୁଖରେ ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ଏବଂ ଶେରଗଡ ସମିତି ସଭ୍ୟା ସବିତା ରାଣୀ ଚୌଧୁରୀ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ।ଜିଲାପାଳ ଓ ଅନ୍ୟମାନଙ୍କୁ ରଥଯାତ୍ରା କମିଟି ଓ ଉପସ୍ଥିତ ଜନତା ମାନେ ଆଡ଼ପମନ୍ଦିର କୁ ଯାଇଥିଲେ।ସେଠାରେ ବଡ଼ ପଣ୍ଡା ନରସିଂହ ପଣ୍ଡା ତୁଳସୀ ସେବନ କରିବା ସହ ଏକ ଦୀପ ପ୍ରଜ୍ଜ୍ୱଳନ କରି ଠାକୁରଙ୍କୁ ସମର୍ପଣ କରିଥିଲେ । ମନ୍ତପାଠ ପରେ ପୂଜାର୍ଚ୍ଚନା କରାଯାଇ ଥିବା ବେଳେ ସଭ୍ୟ ସୂର୍ଯ୍ୟ ନାରାୟଣ ଦାଶ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପ୍ରତିନିଧି ଙ୍କୁ ସମ୍ମାନିତ କରିଥିଲେ । ଶ୍ରୀଦୀପ ମହାପାତ୍ର ଓ ବାସୁ ଦେବ ସ୍ୱାଇଁ ବିଡ଼ିଓ  ମନୋରଂଜନ ସାହୁ ଓ ତହସିଲଦାର ଦୟାସିନ୍ଧୁ  ପରିଡାଙ୍କୁ ସମ୍ମାନିତ କରିଥିଲେ । ଏହାପରେ ଆଡ଼ପ ମନ୍ଦିର ସମ୍ମୁଖରେ ହୋଇଥିବ। ଏକ ମଞ୍ଚକୁ ଯାଇ ରତିକାନ୍ତ ପରିଡା ଗ୍ରୁପ ଦ୍ବାରା ପର୍ଯ୍ୟବେସିତ ଭଜନ ସନ୍ଧ୍ୟାକୁ ଦୀପ ପ୍ରଜ୍ଜ୍ୱଳନ କରି ସୁଭାରମ୍ବ କରିଥିଲେ । ଏହାପରେ । ଜିଲାପାଳ ଶ୍ରୀ ପରିଡା ରଥଯାତ୍ରା ସୁରୁଖୁରୁରେ ପାଳନ କରନ୍ତୁ ବୋଲି କହିଥିଲେ।ମଞ୍ଚ ଉପରେ ବଳରାମ ପାଢ଼ୀ ଜିଲାପାଳ ଙ୍କୁ ସମ୍ମ।ନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁର୍ଗା ପ୍ରସାଦ ବିଷୋୟୀ, ବାବୁ ପ୍ରଧାନ, ମହେଶ୍ଵର ରାଉତ, ପ୍ରେମାନନ୍ଦ ପଣ୍ଡା, ଚନ୍ଦନ ପାଢ଼ୀ, ବଳରାମ ରାଉତ, ବି ଚେଇନ ପାତ୍ର, ସୀତାରାମ ପଟନାୟକ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିରେ ହିଂଜିଳି ବିଡ଼ିଓ ଓ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ