ଶିଖର-ବାଲି ବଉଁରୀ ରାସ୍ତାରେ ଚାଉଳ ବୋଝେଇ ଗାଡି ଓଲଟିଲା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ ) :ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିଭଉଁରୀ-ଶିଖରଘାଟ ରାସ୍ତା ପୂର୍ତ ବିଭାଗ ଅଧିନରେ ରହିଛି ।ଉକ୍ତ ରାସ୍ତାର ରାସ୍ତା କାମ ଚାଲିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଠିକାଦାର ନିଜ ମନଇଛାରେ କାର୍ଯ୍ୟ କରୁଥିବା କାର୍ଯ୍ୟଟି ମନ୍ଥର ଗତିରେ ଚାଲୁରହିଛି । ଏପରିକି ରାସ୍ତା ସଂପ୍ରସାରଣରେ ଏଷ୍ଟିମେଟ ଅନୁସାରେ କରା ନ ଯାଇ କେବଳ କସର ଡଷ୍ଟ ସହିତ ବାଲି ମିଶାଇ ଯାଇ ରାସ୍ତାରେ ପକାଇ ରୋଲରିଙ୍ଗି କରାଯାଉଛି । ଯେଉଁଥି ପାଇଁ ଭାରୀଯାନ ଗୁଡିକୁ ଉକ୍ତ ଚାଳକ ମାନେ ଜାଣି ନପାରି ସଂପ୍ରସାରଣ ହୋଇଥିବା ରାସ୍ତା ଉପରେ ଗାଡି ନେଉଛନ୍ତି । ଯାହାର ଫଳ ସୂରପ ଗୁରୁବାର ସାଧୁଗୋସ୍ୱାମୀ ପୀଠ ସମ୍ମୁଖରେ ସାଧାରଣ ବଂଟନ ପାଇଁ ନେଉଥିବା ଏକ ଚାଉଳ ବୋଝେଇ ଗାଡି ଓଲଟିଥିବା ଜଣାଯାଇଛି । ସୂଚନା ଅନୁସାରେ ବାଲିଭଉଁରୀ-ଶିଖରଘାଟ ରାସ୍ତାର ଅବସ୍ଥା ଦୟନୀୟ ଥିବାରୁ ପୂର୍ତ ବିଭାଗ ରସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟ ପାଇଁ ଚୟନ ହୋଇଥିବା ଠିକଦାର କାର୍ଯ୍ୟ ଆରମ୍ଭ କରିବା ପରେ ଉକ୍ତ କାର୍ଯ୍ୟସ୍ଥଳରେ କୌଣସି ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ । ଫଳରେ ଉକ୍ତ ଠିକାଦାର ବିଭାଗ ଦ୍ୱାରା କରାଯାଇଥିବା ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନକରି ନିଜ ମନଇଛା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛୁ । ଏହି ରାସ୍ତା କାମରେ ରାସ୍ତାର ଉଭୟ ପାଶ୍ୱର୍ ସଂପ୍ରସାରଣ କରାଯାଉଛି । ଏହି ରାସ୍ତା ସଂପ୍ରସାରଣରେ କେବଳ କସର ଡଷ୍ଟ ସହିତ ବାଲି ମିଶାଇ ଯାଇ ରାସ୍ତାରେ ପକା ଯାଇ ରୋଲରିଙ୍ଗି କରାଯାଉଛି । ଯେଉଁଥିରେ ଆଜି ପୁରୀ ଜିଲ୍ଲା ଗୋପସ୍ଥିତ ରିତିକା ରାଇସ ମିଲିରୁ ଏକ ଟ୍ରକ ନମ୍ବର ଓଆର ୦୫ ଏବି ୭୨୨୬ରେ ସାଧାରଣ ବଂଟନ ପାଇଁ ଚାଉଳ ବୋଝେଇ କରି ଆଣି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକକୁ ଯାଉଥିବା ବଳେ ଉକ୍ତ ରାସ୍ତାରେ ଭାରାସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଏହି ଗାଡିରେ ୫ ଶହରୁ ଉର୍ଦ୍ଧ ବସ୍ତା ଚାଉଳ ଥିବା ଜଣାଯାଇଛି । ଏଥିରେ ଗାଡି ଚାଳକ ଆହତ ହୋଇଥିବା ଜଣାଯାଇଛି । ଖବର ପାଇ ନାଉଗାଁ ଥାନାଧିକାରି ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।ଅନ୍ୟପକ୍ଷରେ ବିଭାଗୀୟ ଉଚ୍ଚ କତୃପକ୍ଷ ଉକ୍ତ ରାସ୍ତା କାର୍ଯ୍ୟକୁ ଏଷ୍ଟିମେଟ ଅନୁସାରେ କାର୍ଯ୍ୟ କରିବା ସହିତ ତୁରନ୍ତ ଶେଷ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।


